32.1 C
Bhubaneswar
Thursday, March 28, 2024
Homeଓଡିଶାବିଧାୟିକାଙ୍କ ମାସ୍କ ବାଣ୍ଟନ ସହ କୋରୋନା ସଚେତନତା

ବିଧାୟିକାଙ୍କ ମାସ୍କ ବାଣ୍ଟନ ସହ କୋରୋନା ସଚେତନତା

ଗଞ୍ଜାମ : ସାରା ଦେଶରେ କରୋନାକୁ ନେଇ ଭୟଙ୍କର ସ୍ଥିତି ଉପୁଜୁଛି । କରୋନାର ଏହି ଦ୍ୱତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଅର୍ଥନୈତିକ ଅବସ୍ଥା ଭୁଷୁଡ଼ି ପଡିଛି । ତେବେ କରୋନା ଠାରୁ ଦୂରେଇ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଲଢ଼େଇକୁ ଆହୁରି ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ରବିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମାସ୍କ ବଣ୍ଟନ କରିବା ସହ ଜନ ସାଧାରଣଙ୍କୁ କରୋନା ସଚେତନତା କରିଛନ୍ତି ।

ସମସ୍ତେ ଟୀକା ନେବା ପାଇଁ ବିଧାୟିକା ଅନୁରୋଧ କରିବା ସହ ମାସ୍କ ପିନ୍ଧିବା ସାମାଜିକ ଦୂରତା ଅବଲମ୍ବନ କରିବା ଓ ସାବୁନ୍ ଦ୍ବାରା ବାରମ୍ବାର ହାତ ଧୋଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବ୍ଲକର ବଡ ଖଇରଖମା ,କୁମ୍ଭାରଗାଁ ,ଅଙ୍ଗାରଗାଁ, ଷଣ୍ଡମୂଳ, ତାଳସର , ସଙ୍କୁଡ଼।, ସୁମଣ୍ଡଳ ଓ ବୁରୁଝରି ପାଞ୍ଚୟତର ବିଭିନ୍ନ ସ୍ଥାନରେ ବିଧାୟିକା ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନାକୁ ନେଇ ସଚେତନ କରିଥିଲେ । ଏହି ଅବସରରେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, କାସିନାଥ ବେହେରାଙ୍କ ସମେତ ସରପଞ୍ଚ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking