28.1 C
Bhubaneswar
Wednesday, April 24, 2024
Homeଅପରାଧଶ୍ମଶାନ ନିକଟରେ ନକଲି ମଦ କାରଖାନା

ଶ୍ମଶାନ ନିକଟରେ ନକଲି ମଦ କାରଖାନା

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ପୁଣି ନକଲି ମଦ କାରବାର ସାମ୍ନାକୁ ଆସିଛି । ବଡ଼ ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ନିକଟ ଏକ ଘରେ ନକଲି ମଦ ପ୍ରସ୍ତୁତି ହେଉଥିବା ଜାଣିବା ପରେ ପୁଲିସ ଚଢଉ କରିଥିଲା । ଏହି ମାମଲାରେ ପୁଲିସ କାଳୁପାତ୍ର ସାହିର ଟୁକୁନା ବିଷୟୀ(୩୬)ଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ନକଲି ବିଦେଶୀ ମଦ ସହ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଜଗନ୍ନାଥ ବିହାରର ଶେଷରେ ଶ୍ମଶାନ ନିକଟରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଗୃହକୁ ଭଡାରେ ନେଇ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ପୁଲିସ ଖବର ପାଇଥିଲା । ଆଜି ଉକ୍ତ ସ୍ଥାନରେ ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରିଥିଲେ । ସେହି ସ୍ଥାନାରୁ ୧୫ ଲିଟର ସ୍ପିରିଡି, ୧୦ ଲିଟର ବିଦେଶୀ ନକଲି ମଦ, ଅନେକ ଖାଲି ବୋତଲ, ଠିପି ଓ ବିଭିନ୍ନ ବ୍ରାଣ୍ଡର ଲ୍ୟାବଲ୍ ଜବତ କରିଛି ।

ଏହାକୁ ପୁଲିସ ଜବତ କରିଥିବା ସହ ମାମଲା ରୁଜୁ କିରି ମଦ ପ୍ରସ୍ତୁତିକାରୀଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏଥିରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି, ନକଲି ମଦ କେଉଁ ସ୍ଥାନରେ ବିକ୍ରି କରାଯାଇଥିଲା ଏଭଳି ଅନେକ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । ଏହି ଚଢଉରେ ଟାଉନ୍ ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି, ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସମେତ ଅନ୍ୟମାନେ ସାମିଲ୍ ହୋଇଥିଲେ । ସୂଚନା ଯୋଗ୍ୟ ଯେ ବକାରୀ ଗୁଇନ୍ଦା ବିଭାଗର ପକ୍ଷରୁ ଗତ ୨୪ ତାରିଖରେ ବାଲାଜୀ ପେଣ୍ଠ ସାହି ଏକ ଘରେ ଚଢଉ କରି ସେଠାରୁ ୫ ଶହ ଲିଟର ସ୍ପିରିଡି, ୪୪ ଲିଟର ବିଦେଶୀ ନକଲି ମଦ, ୫ ହଜାର ଖାଲି ବୋତଲ, ଠିପି ଓ ବିଭିନ୍ନ ବ୍ରାଣ୍ଡର ଲ୍ୟାବଲ୍ ଜବତ କରିଛି ।

ଏହି ଘଟଣାରେ ବଡ଼ ବଜାର ଥାନା ଅନ୍ତର୍ଗତ ବାଲାଜୀ ପେଣ୍ଠ ସାହିର ବିଶ୍ୱଜିତ୍ ସାହୁଙ୍କୁ ଗରଫ କରିଥିଲା । ସେହି ପରି ଠିକ୍ ସେହି ଦିନ ବ୍ରହ୍ମପୁର ଅବକାରୀ ବିଭାଗ ସଦର ଥାନା ଅନ୍ତର୍ଗତ ବୋରିଗାଁ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢ଼ଉ କରିଥିଲେ । ସେଠାରୁ ୬୦ଲିଟର ଦେଶୀ ମଦ, ଗୋଟିଏ ଗାଡ଼ି, ୨ ହଜାର ବିଭିନ୍ନ ଖାଲି ବୋତଲ ସମେତ ବିଭିନ୍ନ ନକଲି ମଦ ପ୍ରସ୍ତୁତ କରି ସାମଗ୍ରୀ ଜବତ କରିଥିଲା । ଏହି ମାମଲାରେ ବଡ଼ ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିର ସନ୍ନ୍ୟାସ ସାହୁଙ୍କୁ ନକଲି ମଦ ପ୍ରସ୍ତୁତ ଓ ବିକ୍ରୀ ଅଭିଯୋଗରେ ବିଭାଗ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking