କରୋନାରୁ ମୁକ୍ତି ପାଇବା ପାଇଁ ଗୋ-ବୃଷଭ ବିବାହ

ଗଞ୍ଜାମ :  ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ଆସିକା ଟାଉନ ହଲଠାରେ ଗୋ-ବୃଷଭ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପତଞ୍ଜଳି ଯୋଗ ସମିତି ଆସିକା ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଆସିକାରେ ଏକ ନିଆରା ଢଙ୍ଗରେ ହୋମ ପୂଜା ପାଠ କରାଯାଇ ଗୋ-ବୃଷଭ ବିବାହ କରାଯାଇଥିଲା । ଏହି ବିବାହ କାର୍ଯ୍ୟ ବୈଦିକ କର୍ମକାଣ୍ଡ ସଂଗୋଷ୍ଠୀ ବ୍ରାହ୍ମଣଙ୍କ ଦ୍ୱାରା କାର୍ତ୍ତିକ ସୋମବାର ସଂକ୍ରାନ୍ତିରେ କରାଯାଇଥିଲା । ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରାଯାଇ ଗାଈ, ଗୋବିନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ବରପିତା ଭାବେ ପଞ୍ଚାନନ ଓ ତାଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ଏବଂ କନ୍ୟାପିତା ଭାବେ ଆର.କାମେଶ୍ୱରୀ ଆଚାରୀ ଓ ତାଙ୍କ ସ୍ତ୍ରୀ ଆର.ଜାନକୀ ଆଚାରୀ ବିବାହ ସଂକଳ୍ପ କରିଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଏକ ଷଣ୍ଡକୁ ଚିକିତ୍ସା କରାଯାଇ ସୁସ୍ଥ ହେବା ପରେ ଆରୋଗ୍ୟ କାମନା ପାଇଁ ବିବାହ ସଂକଳ୍ପ ନିଆଯାଇଥିଲା । ମହାମାରୀ କରୋନା ଦୂରେଇବା ପାଇଁ ମଧ୍ୟ ହୋମ ପୂଜା ପାଠ ମନ୍ତ୍ର ଧ୍ୱନୀରେ ଶିବ ଭଗବାନ ଓ ଶ୍ରୀକୃଷ୍ଣକୁ ପୂଜା କରାଯାଇଥିଲା । ଏହି ବିବାହ ଉତ୍ସବରେ ବୈଦିକ କର୍ମକାଣ୍ଡ ସଂଗୋଷ୍ଠୀର ପଣ୍ଡିତ ସରୋଜ କୁମାର ଦାଶ, ପଣ୍ଡିତ ସନ୍ତୋଷ କୁମାର ରଥ ଶର୍ମା, ପଣ୍ଡିତ ସୁଧିର କୁମାର ଦାଶ, ପଣ୍ଡିତ ସାଲବେଗ ଶତପଥି, ପଣ୍ଡିତ ଦୁର୍ଗା ମାଧବ ପାଣି ଦାୟିତ୍ୱ ତୁଲାଇଥିଲେ । ପତଞ୍ଜଳି ଯୋଗ ସମିତିର ସଦସ୍ୟ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଏମ.ତାରିଣୀ ସେନାପତି, ନୀଳକଣ୍ଠ ପଣ୍ଡା, ମଧୁସୂଦନ ପରିଡା, ସନ୍ତୋଷ ପାତ୍ର, ଯୋଗଗୁରୁ ପ୍ରସନ୍ନ କୁମାର ଦାଶ, ଗୁଣ୍ଡିଚା ମହାରଣା, ସୁରୀ ବିଷୋୟୀ, ବାବୁଲା ଗୌଡ, ବାଲାଜୀ ରେଡି, ଶରତେନ୍ଦୁ ପଣ୍ଡା, ଯଜ୍ଞ ଆଚାରୀ ସମେତ ଆସିକା ଆଥଲେଟିକ ଆସୋସିଏସନର ବହୁ ସଦସ୍ୟ, ଆସିକା କବାଡି ବାଳକ ଓ ବାଳିକା ଖେଳାଳି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here