28.1 C
Bhubaneswar
Friday, March 29, 2024
Homeଓଡିଶାରାସ୍ତା କଡ଼ ଫୁଟ୍‌ପାଥ୍‌ରେ ବିତୁଛି ଜୀବନ

ରାସ୍ତା କଡ଼ ଫୁଟ୍‌ପାଥ୍‌ରେ ବିତୁଛି ଜୀବନ

ଗଞ୍ଜାମ : କରୋନା ସାଂଘାତିକ ରୂପ ନେବାରେ ଲାଗିଛି । ଅନେକ ଲୋକ ରାସ୍ତାକଡେ ଫୁଟପାଥରେ ଜୀବନ ବିତାଉଛନ୍ତି । ଏଭଳି ଏକ ପରିବାର ବୁଗୁଡା ପରିବା ବଜାର ନିକଟ ପରିତ୍ୟକ୍ତ ମାଛ ବଜାରରେ ଜୀବନ ବିତାଉଛନ୍ତି । ରାସ୍ତାକଡ ଫୁଟପାଥ୍‌ରେ ପୁଲିସ କଟକଣା ଯୋଗୁଁ ଜାଗା ନପାଇ ଏହି ପରିବାର ଏବେ ପରିତ୍ୟକ୍ତ ଜାଗାରେ ଆଶ୍ରୟ ନେଇଛନ୍ତି । ମାଗିଯାଚି ଚଳୁଛନ୍ତି । ପରିବା ବଜାରର କିଛି ବ୍ୟବସାୟୀ ପନିପରିବା ଟିକେ ଦେଲେ ତାକୁ ନେଇ ଚଳନ୍ତି । ଏମାନଙ୍କ ଆଖିରେ ନା ଅଛି ସ୍ୱପ୍ନ ନା ଅଛି ଭବିଷ୍ୟତର ଚିନ୍ତା । ବାପା, ମା ଓ ଦୁଇ ପୁଅ ଦୁଇ ଝିଅଙ୍କୁ ନେଇ ଏହି ପରିବାର । ସୁଦୂର ରାଜସ୍ଥାନରୁ କାମଧନ୍ଦା ଖୋଜି ଖୋଜି ଏମାନେ ଆସି ପହଞ୍ଚିଥିଲେ ବ୍ରହ୍ମପୁର ସହରରେ । ସେଠାରେ ପରିବାରର ମୁଖ୍ୟ ରାଜୀବ ଦାସ କିଛି ଦିନ କାମଧନ୍ଦା କରିବା ପରେ ତାଙ୍କ ଡାହାଣ ଗୋଡ଼ ନଳିଗଣ୍ଠିରେ ଆଘାତ ଲାଗିବାରୁ ସେ ଆଉ କାମ କରିପାରିନଥିଲେ ।

ରାଜୀବ (୫୦)ଙ୍କ ପତ୍ନୀ ଚୁମୁକି ଦିନ ମଜୁରିରେ ମୁଲଲାଗି ପରିବାର ଚଳାଇଥିଲେ । ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଏକ ସରକାରୀ ଜାଗାରେ ଛିଣ୍ଡା ଜରି ପାଲ ଦ୍ୱାରା ଏକ କୁଡ଼ିଆ କରି ରହୁଥିଲେ । କରୋନା ଯୋଗୁଁ ସେଠାରେ ଆଉ କାମଧନ୍ଦା ନପାଇ ଅନ୍ୟାନ୍ୟ ଜାଗାକୁ ପିଲା ଛୁଆ ଓ ସ୍ୱାମୀଙ୍କୁ ଧରି ଘୁରି ବୁଲୁଛନ୍ତି ଚୁମୁକି (୩୫) । ଏବେ ଆସି ବୁଗୁଡାର ଏହି ପରିତ୍ୟକ୍ତ ଜାଗାରେ ଆଶ୍ରୟ ନେଇଛନ୍ତି । ଚୁମୁକି ଓ ବଡ଼ ଝିଅ କାଜଲ(୯) ବୁଲିବୁଲି ମାଗିଯାଚି ଆଣିଲେ ଚଳୁଛି ପରିବାର । କୋଭିଡ୍ ମହାମାରୀ ସମୟରେ କାମଧନ୍ଦା ତ ମିଳୁନି, କେବେ କେବେ ଭିକ୍ଷା ବି ମିଳୁନଥିବାରୁ ପାଣି ପିଇ ଶୋଇଯାଉଛୁ ବୋଲିି କହିଛନ୍ତି ରାଜୀବ ଓ ଚୁମୁକି । ସରକାର ମାଳ ମାଳ  ଯୋଜନା କରିଥିବା ବେଳେ ଏମାନଙ୍କ ପାଇଁ ତାହା ସାତସପନ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking