ଗଂଜାମ : କୋଭିଡ୍ ସଂକ୍ରମଣ କୁ ନେଇ ଗଂଜାମ ଜିଲ୍ଲାରେ ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଯାହାକୁ ନେଇ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସଙ୍ଗିନ୍ ସ୍ଥିତିକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ପୋଲସରା ଗ୍ରସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ସମସ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତ ରେ ଏନେଇ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଭିଡି ସଂକ୍ରମଣ କୁ ରୋକିବା ପାଇଁ ତୃଣମୂଳ ସ୍ତରରେ ସମସ୍ତେ ନିଜେ ନିଜର କର୍ତ୍ତବ୍ୟକୁ ଶୃଙ୍ଖଳିତ ସହିତ ପାଳନକରି ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଏପରିକି କୋଭିଡ୍ ବିରୋଧରେ ଲଢ଼େଇ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଜଣେ ଜଣେ କୋଭିଡ୍ ଯୋଦ୍ଧା ଭାବେ ପରିସ୍ଥିତିର ମୁକାବିଲା କରିବା ସହ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ବାନ କରିଥିଲେ ଗଂଜାମ ଜିଲ୍ଲାପାଳ ।