30.1 C
Bhubaneswar
Thursday, April 25, 2024
Homeଓଡିଶାଜଳ ଯୋଗାଣ ଦାବିରେ ତାତିଲେ ମହିଳା ହାଣ୍ଡି, ମାଠିଆ ରଖି ଜାତୀୟ ରାଜପଥ ଅବରୋଧ

ଜଳ ଯୋଗାଣ ଦାବିରେ ତାତିଲେ ମହିଳା ହାଣ୍ଡି, ମାଠିଆ ରଖି ଜାତୀୟ ରାଜପଥ ଅବରୋଧ

ଗଞ୍ଜାମ : ପାନୀୟଜଳ ଯୋଗାଣ ଦାବିରେ ତାତିଛନ୍ତି ମହିଳା । ହାଣ୍ଡି ମାଠିଆ ଧରି ଓହ୍ଲାଇଛନ୍ତି ରାଜରାସ୍ତାକୁ । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ବର୍ଷର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ମହିଳା । ତୁରନ୍ତ ଜଳ ଯୋଗାଣ ଦାବିରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଶେରଗଡ଼ ତିନିଛକଠାରେ ।

ପାଣି ପାଇଁ ହାଣ୍ଡି ମାଠିଆ ଧରି ୩୨୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଥିଲେ ମହିଳା । ଆଜିକୁ ଦୀର୍ଘ ଚାରି ବର୍ଷ ହେଲା ଶେରଗଡ଼ର ରାମଚଣ୍ଡୀ ସ୍କୁଲ ସାଇଡରେ ପାଣି ଆସୁନାହିଁ । ଗ୍ରାମବାସୀ ଗ୍ରାମ୍ୟ ପାନୀୟ ଜଳ ବିଭାଗରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ମିଳୁଥିଲା । କୌଣସି ସୁଫଳ ମିଳିନଥିଲା । ଜାତୀୟ ରାଜପଥ ଜାଗା ଦେଉନଥିବାରୁ ପାଇପ୍ ଲାଇନ ବିଛା କାମ ହୋଇପାରୁନି ବୋଲି ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ କହି ଲୋକଙ୍କୁ ବୁଝାଇ ଦେଉଥିଲେ ।

କିନ୍ତୁ ଆଗକୁ ଖରା ଦିନ ଥିବାରୁ ପାଣି ପାଇଁ ନାହିଁନଥିବା ସମସ୍ୟା ସୃଷ୍ଟି ହେଉଛି । ତେଣୁ ଆଜି ଭୋରରୁୁ ଉତ୍ୟକ୍ତ ମହିଳାମାନେ ଏକାଠି ହୋଇ ହାଣ୍ଡି ମାଠିଆ ଜାତୀୟ ରାଜପଥରେ ରଖି ରାସ୍ତା ଆବରୋଧ କରିଥିଲେ । ଯଥାଶୀଘ୍ର ଅଞ୍ଚଳବାସୀ ଯେପରି ପାଣିପାଇବେ ସେଥିପ୍ରତି ବ୍ୟବସ୍ଥା କରିବାକୁ ସମାଜସେବୀ ସମୀର ପାଢ଼ୀ ବିଡ଼ିଓଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଘଟଣାସ୍ଥଳରେ ବିଡ଼ିଓ ସୁରଞ୍ଜନ ସାହୁ, ତହସିଲଦାର ଦୟାସିନ୍ଧୁ ପରିଡା, ଆଇଆଇସି ରମେଶ ଚନ୍ଦ୍ର ଦାସ, ସୁପରଭାଇଜର ମନୋଜ ନାହାକ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନରତ ମହିଳାଙ୍କୁ ଜଳ ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଥିଲେ । ପରେ ଧାରଣାରୁ ହଟିଥିଲେ ମହିଳା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking