39.1 C
Bhubaneswar
Wednesday, April 24, 2024
Homeଓଡିଶାକଙ୍ଗାରୁ କୋର୍ଟରେ ନିଆଁ ପାଣି ବାସନ୍ଦ

କଙ୍ଗାରୁ କୋର୍ଟରେ ନିଆଁ ପାଣି ବାସନ୍ଦ

ଗଞ୍ଜାମ : ଗୋଳନ୍ଥରା ଥାନା ଅଞ୍ଚଳରେ ଥିବା ଗ୍ରାମମାନଙ୍କରେ ଦିନକୁ ଦିନ ବଢୁଛି ସାମାଜିକ ବାସନ୍ଦ । ଗ୍ରାମରେ ଛୋଟ ସମସ୍ୟାକୁ ନେଇ ଗାଁ ମଣ୍ଡପରେ ଚାଲେ କଙ୍ଗାରୁ କୋର୍ଟ । ଗାଁର ମୁଖିଆ କରନ୍ତି ଏକଚାଟିଆ ଶାସନ । ମୋଟା ଅଙ୍କରେ ଜୋରିମାନା ଆଦାୟ ନିର୍ଦ୍ଦେଶ । ଜୋରିମାନା ନଦେଲେ ଗାଁରେ ନିଆଁ ପାଣି ବାସନ୍ଦ । ଏହିପରି ଘଟଣା ଘଟିଛି ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଗ୍ରାମର ଡି. ସୀତାମ୍ମା ପରିବାରଙ୍କ ଉପରେ । ଏଭଳି ସାଙ୍ଘାତିକ ଅଭିଯୋଗ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କୁ କରିଛନ୍ତି ଦାସପୁର ଗ୍ରାମର ୪୧ ବୟସ୍କା ମହିଳା ଡି. ସୀତାମ୍ମା । ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଏହି ଅଭିଯୋଗ ପାଇବା ପରେ ସଦର ଏସଡିପିଓଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ସଦର ଏସ୍‌ଡିପିଓ ଓ ସ୍ଥାନୀୟ ତହସିଲଦାର ଅଭିଯୋଗର ସତ୍ୟ ଅନୁଧ୍ୟାନ କରିବେ । ଘଟଣାର ତଦନ୍ତ କରି ମାମଲା ରୁଜୁ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ଗତବର୍ଷ ଅଗଷ୍ଟ୧୩ ତାରିଖରେ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗାଁ ମୁଖିଆଙ୍କ ନିର୍ଦ୍ଦେଶରେ ୫୫ ହଜାର ଟଙ୍କା ଜୋରିମାନା ନଦେବାରୁ କଙ୍ଗାରୁ କୋର୍ଟ ନିଆଁ ପାଣି ବାସନ୍ଦ କରିଛି । ଅକଥନୀୟ ମାନସିକ ନିର୍ଯାତନା ମିଳୁଛି । ଏନେଇ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ ଥାନାରେ ଦୁଇ ଦୁଇ ଥର ମୀମାଂସା ହୋଇ ଫେରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବ୍ୟକ୍ତିଗତ ରାଗ ସୁଝାଇବା ଆଳରେ ବାସନ୍ଦ କରିଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ । ଗ୍ରାମରେ ଘର ଘର ବୁଲି ନିଆଁ ପାଣି ବନ୍ଦ ଡାକରା ଦେଇଛନ୍ତି । ଗ୍ରାମରେ ଏନଆରଜିଏସ କାମ କରିବା ପାଇଁ ବାହାରିବା ବେଳେ ଗ୍ରାମର ଲୋକ ଜୋରିମାନା ଦେଇନି ବୋଲି କାମ କରିବାକୁ ମନା କରିଦେଉଛନ୍ତି ।  ଗ୍ରାମରେ ବେଆଇନ ଦଣ୍ଡବିଧାନ କାରଣରୁ ପାଠ ପଢ଼ିବା ନିମନ୍ତେ ଟ୍ୟୁସନ୍ ଯାଉଥିବା କୋମଳମତି ଶିଶୁଙ୍କ ଜୀବନ ନଷ୍ଟ ହେବାକୁ ବସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking