33.1 C
Bhubaneswar
Thursday, April 25, 2024
Homeଓଡିଶାପୁଅର ଅନ୍ତ୍ୟେଷ୍ଟିକୁ ଯାଇ ପରିବାରର ୫ କ୍ୱାରେଣ୍ଟାଇନରେ

ପୁଅର ଅନ୍ତ୍ୟେଷ୍ଟିକୁ ଯାଇ ପରିବାରର ୫ କ୍ୱାରେଣ୍ଟାଇନରେ

ଗଞ୍ଜାମ : ହାଇଦ୍ରାବାଦରେ ରହୁଥିବା ବ୍ରହ୍ମପୁର ସହରର ଜଣେ ଇଞ୍ଜିନିୟରଙ୍କ ୧୯ ତାରିଖ ଦିନ କୌଣସି କାରଣବଶତଃ ମୃତ୍ୟୁ ଘଟିଥିଲା । ଏହି ଖବର ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ôଚବା ପରେ ସେମାନେ ଏକ ଗାଡି ନେଇ ପୁଅ ମୃତ୍ୟୁର ଗୋଟିଏ ଦିନ ପରେ ହାଇଦ୍ରାବାଦରେ ପହଞ୍ôଚଥିଲେ । ସେଠାରେ ପୁଅର ଶବକୁ ଦେଖିବା ସହ ଗୋଟିଏ ଦିନ ପରେ ସତ୍କାର କରି ଫେରିଥିଲେ । ପରେ ପରିବାର ଲୋକେ ହାଇଦ୍ରାବାଦରୁ ବୋହୂକୁ ନେଇ ଏଠାକୁ ଚାଲି ଆସିଥିଲେ । ଏଠାରେ ଆସିବା ମାତ୍ରେ ପୂରା ପରିବାରରର ୫ଜଣଙ୍କୁ ଜିଲ୍ଲା ପ୍ରଶାସନ କ୍ୱାରେଣ୍ଟାଇନରେ ସ୍ଥାନୀୟ ଏକ ଆଇବିରେ ରଖିଛନ୍ତି । ଏଥିରେ ମୃତକଙ୍କ ବାପା, ମା’, ଭାଇ ଏବଂ ପତ୍ନୀଙ୍କ ସହ ଗାଡି ଡ୍ରାଇଭର କ୍ୱାରେଣ୍ଟାଇନରେ ରହିଛନ୍ତି । ପରିବାର ଲୋକେ ବ୍ରହ୍ମପୁର ସହରରେ ରହୁଥିବା ବେଳେ ମୃତକ ପୁଅ ଜଣକ କିଛି ମାସ ପୂର୍ବେ ଆମେରିକା ଯାଇ ଫେରିଥିଲେ । ପରେ ସେ ହାଇଦ୍ରାବାଦରେ ରହି ଟିସିଏସରେ ଚାକିରି କରୁଥିଲେ । ତାଙ୍କର ଜାନୁୟାରୀ ମାସରେ ବିବାହ ହୋଇଥିଲା । ହଠାତ୍ ୧୯ ତାରିଖ ଦିନ ଯୁବକଙ୍କ ହ୍ରାଇଦ୍ରାବାଦରେ ମୃତ୍ୟୁ ଘଟିଥିଲା । ମୃତ ଯୁବକଙ୍କ ଡାଇବେଟିସ୍ ଥିବା ଯୋଗୁଁ ହୃଦଘାତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking