27.1 C
Bhubaneswar
Thursday, April 25, 2024
Homeଓଡିଶାଖୋର୍ଦ୍ଧା ପଟରୁ କଡା କଟକଣା

ଖୋର୍ଦ୍ଧା ପଟରୁ କଡା କଟକଣା

ଭୁବନେଶ୍ୱର: ଖୋର୍ଦ୍ଧା-ଗଂଜାମ ସୀମା ସିଲ୍ ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । କୁମରପାରି ଓ ନାଭାଲ ଛକ ଦାୟିତ୍ୱରେ ୨ ମାଜିଷ୍ଟ୍ରେଟ ଓ ୪ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସୀମାର ଦୁଇ ପ୍ରବେଶ ପଥରେ ୧ ପଲାଟୁନ ପୋଲିସ ମୁତୟନ ମଧ୍ୟ ହୋଇଛନ୍ତି । ଗଂଜାମରୁ ଖୋର୍ଦ୍ଧା ପ୍ରବେଶ ଉପରେ ୨୪ ଘଣ୍ଟିଆ ରୋକ୍ ଲଗାଯାଇଛି । କେହି ଯେପରି ଗଂଜାମ ଜିଲ୍ଲାରୁ ନ ଆସନ୍ତି ତାହା ଉପରେ କଡା ନଜର ରଖାଯାଇଛି । ଗଞ୍ଜାମରୁ ଭୁବନେଶ୍ବର ଆସିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛନ୍ତି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।  ସୂଚନା ଅନୁଯାୟୀ, ଗଞ୍ଜାମରେ କରୋନା ଅଣାୟତ୍ତ ହୋଇ ପଡିଛି। ପ୍ରତିଦିନ ଶତାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୨୪ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଯେପରି ସଂକ୍ରମଣ ଅନ୍ୟ ଯାଗାକୁ ସ୍ଥାନାନ୍ତର ନ ହେଉ ଏହାକୁ ନ ଜର ରଖି ଗଞ୍ଜାମ ଓ ଖୋର୍ଦ୍ଧା ସୀମାକୁ ଜିଲ୍ଲାପାଳ ସିଲ କରିଛନ୍ତି ।

ଏମକେସିଜି ମେଡିକାଲରେ ଆଉଟଡୋର ବନ୍ଦ କଲା ପ୍ରଶାସନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking