43.9 C
Bhubaneswar
Friday, April 19, 2024
Homeଓଡିଶାଚାଲି ଚାଲି ଯାଉଥିବା ବେଳେ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଚାଲି ଚାଲି ଯାଉଥିବା ବେଳେ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଗଞ୍ଜାମ : କୋଲକାତାକୁ ଚାଲି ଚାଲି ଯାଉଥିବା ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସେମାନଙ୍କୁ ଉଦ୍ଧାର କରାଯିବା ପରେ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଏହୀ ୧୧ଜଣ ଶ୍ରମିକ ଠିକାଦାରଙ୍କ ଅଧିନରେ ରହି ଗୋପାଳପୁର ଅଂଚଳରେ ଥିବା ଏକ ସରକାରୀ ଗେଷ୍ଟହାଉସ୍‌ଠାରେ କାମ କରୁଥିଲେ । ଲକଡାଉନ୍ ଘୋଷଣା ପରେ ଏମାନେ ସେଠାରେ ରହୁଥିଲେ। ହେଲେ ଠିକାଦାର ସେମାନଙ୍କର ଖାଇବା ପିଇବା ଯୋଗାଇବା ବନ୍ଦ କରି ଦେବାରୁ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିବା ଉଦ୍ଦେଶ୍ୟରେ କୋଲକାତା ଅଭିମୁଖେ ଯାଉଥିଲେ।ସେମାନେ ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ସେଠାରେ ପ୍ରଶାସନ ସେମାନଙ୍କୁ ଅଟକାଇଥିଲା। ସେମାନଙ୍କଠାରୁ ସବୁ କଥା ଶୁଣି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ ଓ ତହସିଲଦାର ନୀଳମାଧବ ଭୋଇ ସେମାନଙ୍କୁ କାଳିଆବାଲି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ରଖିଥିଲେ। ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking