27.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ଯୁଦ୍ଧରେ ଦମ୍ପତି

କରୋନା ଯୁଦ୍ଧରେ ଦମ୍ପତି

ଗଞ୍ଜାମ: କରୋନା ଭୂତାଣୁ ସଂକ୍ରମଣ ଲାଗି ଲକଡାଉନ ଜାରି ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନେ କରୋନା ଯୋଦ୍ଧା ରୂପେ ପରିଗଣିତ ହୋଇଛନ୍ତି । ଗଞ୍ଜାମ ବ୍ଲକରେ ପୂର୍ବରୁ କରୋନା ଯୁଦ୍ଧରେ ଲୋକଙ୍କ ସହଯୋଗ ପାଇଁ ଚାରି ବର୍ଷର ଶିଶୁକୁ ଛାଡ଼ି ଏକ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ସ୍ୱାମୀ କାର୍ଯ୍ୟରେ ନିୟୋଜିତ ଥିବାର ଖବର ପରିବେଷଣ ହୋଇଥିଲା । ପୁଣି ୧୧ ମାସର ଶିଶୁକୁ ସମ୍ପର୍କୀୟଙ୍କ ଘରେ ଛାଡ଼ି ସ୍ୱାସ୍ଥ୍ୟସେବାରେ ଆଉ ଜଣେ ଦମ୍ପତି ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଉଦାହରଣ ଦେଖିବାକୁ ମିଳିଛି ରମ୍ଭା ଏନଏସିରେ ।
ରମ୍ଭା ସରକାରୀ ମେଡିକାଲରେ ଅର୍ଚ୍ଚନା ବିଶ୍ୱାଳ ସ୍ୱାସ୍ଥ୍ୟକର୍ମୀ ରୂପେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସ୍ୱାମୀ ସୁଶାନ୍ତ ନାୟକ ଛତ୍ରପୁର ସରକାରୀ ସବଡିଭିଜନ ମେଡିକାଲରେ ମେଡ଼ିସିନ ବିଭାଗର ସ୍ପେଶାଲିଷ୍ଟ ରୂପେ କାର୍ଯ୍ୟରତ । କରୋନା ଯୁଦ୍ଧ ହୁ ହୁ ହୋଇ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମହିଳା ସ୍ୱାସ୍ଥ୍ୟକର୍ମୀ ଅର୍ଚ୍ଚନା ପ୍ରତିଦିନ ଆଇସୋଲେସନ ସେଲଟର ବୁଲି ଦେଖିବା ସହ ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ଘରୁ ନବାହାରିବା, ମାସ୍କ ପିନ୍ଧିବା, ହାତ ଧୋଇବା, ସମଦୂରତା ବଜାୟ ରଖିବା ନେଇ ସଚେତନତା କରାଉଛନ୍ତି । ସଂକ୍ରମଣର ଭୟ, ଆଶଙ୍କା ଦୂର କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ସେ ନିଜର ୧୧ମାସର ଶିଶୁକୁ ନିଜର ସମ୍ପର୍କୀୟ ଘରେ ଛାଡ଼ି ଦେଇଛନ୍ତି । କରୋନା ଯୁଦ୍ଧ ଆଗରେ ସେ ନିଜର ପରିବାରକୁ ମଧ୍ୟ ହେୟଜ୍ଞାନ କରିଛନ୍ତି । ଯେଉଁ ସମୟରେ ମା’ ପାଖରେ ଶିଶୁର ଆବଶ୍ୟକତା ରହିଥାଏ, ସେଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସେ ତାକୁ ଛାଡି ସମାଜ କାମରେ ନିଜକୁ ନିୟୋଜିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking