34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ କାର ସହ ୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ; ଡ୍ର।ଇଭର ଫେରାର 

 କାର ସହ ୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ; ଡ୍ର।ଇଭର ଫେରାର 

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଗଞ୍ଜେଇଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡିଙ୍କ ନିର୍ଦେଶକ୍ରମେ ଗତକାଲି ରାତିଦୁଇ ଘଂଟିକା ସମୟରେ ଗଣିଆ ବନାଞ୍ଚଳଅଧିକାରୀ ସୋନାଲି ସିଓ ଓ ବନପାଳ ଶିଶିର ସାହୁ ,ତାଙ୍କକର୍ମଚାରୀ ମାନେ ଆଡକଟା ଠାରେ ଚୋରା କାଠ ଚାଲାନଯୋଗୁଁ ପେଟ୍ରୋଲିଂ କରୁଥିବାବେଳେ ଦଶପଲ୍ଲା -ଗଣିଆ ଅଭିମୁଖେ ଏକ ନାଲି ରଙ୍ଗର ମାରୁତି କାର ଆସୁଥିଲା କିନ୍ତୁ ସେଠାରେ ପେଟ୍ରୋଲିଂ କରୁଥିବାର ଦେଖି ସେଠାରୁ ଫେରି ଯାଉଥିବାରୁ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ସନ୍ଦେହ କରି ଗାଡିଟିକୁ ପିଛାକରି ଘୋଳାହାଣ୍ଡି ନିକଟରେ ପହଁଞ୍ଚିଲାବେଳକୁ ମରୁତିସୁଜିକି ଗାଡିଟିକୁ ଡ୍ର।ଇଭର ଗୋଟେ ଗଛରେ ବାଡ଼ଇ ଦେଇଥିବାରୁ କିଛି ଉପାୟ ନପାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । କାରଟିକୁ ଟ୍ରାକ୍ଟର ସାହାଯ୍ୟରେ ଗଣିଆ ବନାଞ୍ଚଳ ଅଫିସକୁ ଅଣା ଯାଇଥିଲା ।କାରରେ ଆନୁମାନିକ ୭୦କୁଇଣ୍ଟାଲ ଗଂଜେଇ ଥିବାର ଅନୁମାନ କରାଯାଉଥିବାବେଳେ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ହେବବୋଲି ନୟାଗଡ଼ ଏସିଏଫ ଅରବିନ୍ଦ ମହାନ୍ତି ଓ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ଜଣାଇବା ସହିତ ନୟାଗଡ଼ ଅବକାରୀ ବିଭାଗକୁ ଗଞ୍ଜେଇ ହସ୍ତାନ୍ତର କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଅବକାରୀ ବିଭାଗର ଅଧିକାରୀମାନେ ଯେଉଁ କାର୍ଯ୍ୟ କରିପାରୁ ନାହାନ୍ତି ସେହିକାଯ୍ୟ ପ୍ରଥମଥର ପାଇଁ ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ଆଜି କାର୍ଯ୍ୟରେ କରି ଦେଖାଇଛନ୍ତି ।ତାଙ୍କର ଏପରି କାର୍ଯ୍ୟଦକ୍ଷତା , ସାହାସିକତା ,ଏକାଗ୍ରତା ,କାର୍ଯ୍ୟ କରିବାର ମନବୃତିପାଇଁ ଗଣିଆ ଅଞ୍ଚଳର ଜନସାଧରଣ ଭୁରି ଭୁରି ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ସୂଚନା ଥାଉକି ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓଙ୍କ କାର୍ଯ୍ୟ ଦକ୍ଷତା ପାଇଁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ବନାଞ୍ଚଳ ଅଧିକାରୀ ଭାବରେ ପୁରସ୍କୁତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking