31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗ୍ୟାଙ୍ଗଷ୍ଟାର ଅନୁରାଧାକୁ ଗିରଫ କଲା ଦିଲ୍ଲୀ ପୁଲିସ

ଗ୍ୟାଙ୍ଗଷ୍ଟାର ଅନୁରାଧାକୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର କାଲା ଜଠେଡି ପରେ ଦିଲ୍ଲୀ ପୋଲିସ ଲେଡି ଡନ ଅନୁରାଧାକୁ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କୁଖ୍ୟାତ ଗ୍ୟାଙ୍ଗଷ୍ଟାର କାଲା ଜଠେଡୀକୁ ଗିରଫ କରିବାର କିଛି ଘଣ୍ଟା ପରେ ତାର ଅତି ଖାସ ଲେଡି ଡନ ଅନୁରାଧାକୁ ଗିରଫ କରିଛି । ଅନୁରାଧା ଉପରେ ରାଜସ୍ଥାନ ପୁଲିସ  ୧୦ ହଜାର ଜରିମାନା ଲଗାଇଛି ।
କହିରଖୁଛୁ, ଅନୁରାଧା ହେଉଛି ରାଜସ୍ଥାନର ଗ୍ୟାଙ୍ଗଷ୍ଟାର ।  ଅପହରଣ, ହତ୍ୟା ଷଡଯନ୍ତ୍ର ଭଳି ଅନେକ ଅପରାଧିକ ମାମଲା ତା ନାମରେ ଅଛି । ଅନୁରାଧା ୨ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଫେରାର ଥିଲା । ରାଜସ୍ଥାନର ଡନ୍ ଆନନ୍ଦ ପାଲ ସିଂହର ସହଯୋଗୀ ଥିଲା ।
ଅନୁରାଧା ଓରଫ ମ୍ୟାଡାମ ମିଂଜ୍ ଆଜିଠୁ ଠିକ ୬ ବର୍ଷ ପୂର୍ବ ପର୍ଯ୍ୟନ୍ତ ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଆନନ୍ଦ ପାଲର ସଂପର୍କରେ ଥିଲା । ତା ସହିତ ଆନନ୍ଦ ପାଲ ର ଗ୍ୟାଙ୍ଗକୁ ପରିଚାଳିତ କରୁଥିଲା । ସେ ସମୟରେ ରାଜସ୍ଥାନର ଆନ୍ୟ ଜଣେ ଗ୍ୟାଙ୍ଗଷ୍ଟାର ରାଜୁ ବସୋଦୀର ଟାର୍ଗେଟରେ ଥିଲା ଆନନ୍ଦ ପାଲ୍ । ପରେ ସେ ବଲବୀର ବାନୁଡା ସହିତ ଧରାପଡିଲା । ହେଲେ ଏହାପରେ ଯେତେବେଳେ ବଲବୀର ବାନୁଡା ଧରାପଡିଲା, ଅନୁରାଧା ଲରୋନ୍ସ ବିସ୍ନୋଇର ସଂପର୍କରେ ଆସିଥିଲା , ଯେଉଁଠୁ ତାକୁ କାଲା ଜଠେଡିର ସହଯୋଗ ମିଳିଲା ।
ଅନୁରାଧା ବି ଗ୍ୟାଙ୍ଗଷ୍ଟାର ଥିଲା । ଯାହାର ସହଯୋଗ ମିଳିବା ପରେ ଆନନ୍ଦ ପାଲ ଆର୍ଥିକ ଭାବରେ ମଜଭୂତ ହୋଇଥିଲା । କୁହାଯାଏ ଅନୁରାଧାର ଦିମାଗ ଓ ଆନନ୍ଦ ପାଲର ତାକତ ଆଗରେ ରାଜସ୍ଥାନ ସରକାର ଓ ପୁଲିସ ବି ହାର୍ ମାନିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking