30.1 C
Bhubaneswar
Wednesday, April 24, 2024
Homeଅପରାଧଗ୍ୟାଙ୍ଗଷ୍ଟର ସକିଲର ବନ୍ଧା ହେଲେ ଦୁଇ ପ୍ରେମିକା

ଗ୍ୟାଙ୍ଗଷ୍ଟର ସକିଲର ବନ୍ଧା ହେଲେ ଦୁଇ ପ୍ରେମିକା

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲର ପରିବାର ସାରା  ଏବେ ଜେଲ୍‌ର ଚାରିକାନ୍ଥରେ । ଖୋଦ ସକିଲ ନିଜେ ଜେଲରେ ଥାଇବି ତାର ଅପରାଧ ସାମାଜ୍ୟ ପରିଚାଳନା କରିଚାଲିଥିବା ବେଳେ ପୁଲିସ ଗୋଟିଏ ପରେ ଗୋଟିଏ ସହଯୋଗୀଙ୍କୁ ବାନ୍ଧି ଜେଲ ହାଜତରେ ପୁରାଇଲାଣି । ପୂର୍ବରୁ ସକିଲର ବାପା, ଭାଇ ଓ ପ୍ରେମିକା ଡେଜିକୁ ପୁଲିସ ଗିରଫ କରିଥିଲା ବେଳେ ଗତକାଲି ତାର ଭାବିପତ୍ନୀ ବା ପ୍ରେମିକା ରେଶମାଙ୍କୁ ଗିରଫ କରିଥିଲା ।   ଗିରଫ ହୋଇଥିବା ପ୍ରେମିକା ରେସମାର ଘର କଟକ କେଶରପୁର ଅଂଚଳରେ । ସକିଲର ନେଟୱାର୍କରେ ଆଉ କେଉଁମାନେ ଅଛନ୍ତି ତାକୁ ନେଇ ପୁଲି ଛାନଭିନ ଚଳାଇଛି ।
ବକ୍ସି ବଜାର ଆନନ୍ଦ ସ୍ପୋର୍ଟସ ମାଲିକ ସୂରଜ ଅଗ୍ରୱାଲଙ୍କୁ ଡିସେମ୍ବର ୧୨ରେ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ସକିଲ ଗ୍ୟାଙ୍ଗର ପରିଚୟ ଦେଇବା ସହ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । ବଟି ନଦେଲେ ସୁବଦିନ ଲାଗି ରାସ୍ତାରୁ ହଟେଇ ଦେବାକୁ ଧମକ ଦେଇଥିଲେ । ଏହାର ୫ ଦିନ ପରେ ପୁଣି ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ନିଜକ ସକିଲର ପରିଚୟ ଦେଇ  ତୁରନ୍ତ ୫ ଲକ୍ଷ ଦେବା ଲାଗି ଧମକ ଦେଇଥିଲେ ।  ସୂଜର  ଏ ସମ୍ପର୍କରେ ବକ୍ସିବଜାର ଥାନାରେ ଅଭିଯୋଗ କରିଥିଥେଲ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମ କଲଟି କେଶରପୁର ଓ ଦ୍ୱତୀୟ କଲଟି ଚୌଦ୍ୱାର ଅଂଚରୁ ଆସିଥିବା ପୁଲିସ ଜାଣିବାକୁ ପାଇଲା ।  ପୁଲିସ ସକିଲର କାର୍ଯ୍ୟକଳାପ ଉପରେ ନଜର ରଖିଥିବା ବେଳେ କେତେକ ଯୁବତୀ ସକିଲ ଗ୍ୟାଙ୍ଗକୁ ପରିଚାଳନା କରୁଥିବା ପୁଲିସ ସୂଚନା ପାଇଥିଲା । ଏହାକୁ ଆଧାର କରି ପୁଲିସ ଗୋଟିଏ ପରେ ଗୋଟିଏ ସକିଲର ପ୍ରେମିକାକୁ ଗିରଫ କରିବାରେ ସଫଳ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking