31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ ହୋଇଛି ବୋଲି ସୂଚନା ମିଳିଛି । ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ସୂଚନା ମିଳିଛି । ଶୁକ୍ରବାରରୁ ଫେରାର ବିକାଶ ଦୁବେକୁ ଧରିଲା ୟୁପି ପୁଲିସ । କାନପୁରରେ ୮ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା ବିକାଶ । ବିକାଶ ଦୁବେକୁ ଧରିବା ପାଇଁ ହରିୟାଣା ଓ ଦିଲ୍ଲୀ ଏନଆରସି ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିଲା । ବିକାଶ ନାଁରେ ଥିବା ପୁରସ୍କାର ରାଶିକୁ ମଧ୍ୟ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
ଅନ୍ୟପଟେ,ପୁଲିସ ଏନକାଉଣ୍ଟରରେ ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ନିହତ ହୋଇଛନ୍ତି। ଗତକାଲି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲେ । ଅଭିଯୁକ୍ତ କାନପୁରରେ ପ୍ରଭାତ ଓ ଇଟାଓ୍ୱାରେ ରଣବୀରକୁ ଏନକାଉଣ୍ଟର କରାଯାଇଥିଲା । ପରେ ଏମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଫରିଦାବାଦରେ ଏକ ହୋଟେଲରେ ଚଢାଉ ବେଳେ ପୁଲିସ ପ୍ରଭାତକୁ ଧରିଥିଲା। ଅପରାଧୀମାନଙ୍କଠାରୁ ଗୋଳିଗୁଳା ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ କାନପୁରରେ ଏନକାଉଣ୍ଟର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking