38.8 C
Bhubaneswar
Friday, April 19, 2024
HomeUncategorizedକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ

କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ

ବରଗଡ଼ : ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। କବି ଗଙ୍ଗାଧର ମେହେରଙ୍କ ଜନ୍ମ ସ୍ଥାନ ବରପାଲି ଠାରେ ଅନୁଷ୍ଠିତ ଉତ୍ସବରେ ଅତିଥି ମାନେ କବିଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ। ସେଠାରେ ଏକ ସ୍ମରଣୀକାକୁ ଉପସ୍ଥିତ ଭଦ୍ର ମଣ୍ଡଳୀ ଉନ୍ମୋଚନ କରିଥିଲେ। ଏଥିରେ କବିଙ୍କ ପୈ। ପୁତ୍ର ମହେନ୍ଦ୍ର କୁମାର ମେହେର, ନିରଞ୍ଜନ ମେହେର, ଡଃ ସୁକମୁନି ମେହେର, ଡାକ୍ତର ସୁବଲ ମାଝୀ, ରମାକାନ୍ତ ତ୍ରୀପାଠୀ, ବିରେନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତ ଥିଲେ। କବି ଙ୍କ କର୍ମ ଭୂମି ବିଜେପୁର ଠାରେ ମଧ୍ୟ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। ବରପାଲି ମେହେର ସମାଜ ପକ୍ଷରୁ ମଧ୍ୟ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।

ସମାଜ ପକ୍ଷରୁ ସୁରେନ୍ଦ୍ର ମେହେର ଓ ସଭ୍ୟ ସଭ୍ୟତା ମାନେ ଉପସ୍ଥିତ ଥିଲେ। କବି ଖଗେଶ୍ବର ସେଠ ସାହିତ୍ୟ ଓ କଳା ପରିଷଦ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ଅତିଥି ଭାବେ ପଦ୍ମପୁର ଉପଖଣ୍ଡ ସବ କଲେକ୍ଟର ଯୋଗ ଦେଇଥିଲେ।-ସତ୍ୟ ନାରାୟଣ ପ୍ରଧାନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking