35.1 C
Bhubaneswar
Tuesday, April 23, 2024
Homeଅପରାଧଚଳନ୍ତା କାର୍‌ରେ ମା’ ଓ ୬ ବର୍ଷର ଝିଅ ସହ ଯାହା ଘଟିଲା ଜାଣିଲେ ...

ଚଳନ୍ତା କାର୍‌ରେ ମା’ ଓ ୬ ବର୍ଷର ଝିଅ ସହ ଯାହା ଘଟିଲା ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହରିଦ୍ୱାରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ରୁରୁକୀରେ ଜଣେ ମହିଳା ଏବଂ ତାଙ୍କ ୬ ବର୍ଷ ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା । ପୋଲିସ କହିଛି ଯେ, ଜଣେ ବ୍ୟକ୍ତି ଏବଂ ତାଙ୍କ ସାଙ୍ଗମାନେ କାରରେ ଲିଫ୍ଟ ଦେଇ ଗଣଦୁଷ୍କର୍ମ କରିଥିଲେ । ସୂଚନା ଅନୁଯାୟୀ, ମହିଳା ଜଣକ ରାତିରେ ତାଙ୍କ ୬ ବର୍ଷର ଝିଅ ସହିତ ମୁସଲମାନ ଧାର୍ମିକ ସ୍ଥାନ ପିରାନ କାଲିଆୟାରରୁ ଘରକୁ ଫେରୁଥିଲେ । ସେହି ସମୟରେ ସୋନୁ ନାଁରେ ଜଣେ ବ୍ୟକ୍ତି ତାଙ୍କୁ କାର୍‌ରେ ଲିଫ୍ଟ ଦେଇଥିଲେ । ପୋଲିସ ଅଧୀକ୍ଷକ ପ୍ରେମେନ୍ଦ୍ର ଡୋଭାଲ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କର କିଛି ସାଙ୍ଗ କାର୍ ଭିତରେ ପୂର୍ବରୁ ବସିଥିଲେ ।

ମହିଳାଙ୍କ ଅଭିଯୋଗ ଅନୁସାରେ ସୋନୁ ଓ ତା’ର ସାଙ୍ଗମାନେ ଚଳନ୍ତା କାର ଭିତରେ ଦୁଷ୍କର୍ମ କରିଥିଲେ । ସେହିଭଳି ଶିଶୁକନ୍ୟା ସହ ମଧ୍ୟ କଥିତ ଭାବେ ଦୁଷ୍କର୍ମ କରିଥିଲେ । ଏହା ପରେ କେନାଲରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ମହିଳା ଜଣକ କୌଣସି ପ୍ରକାରେ ମଧ୍ୟରାତ୍ରିରେ ପୋଲିସ ଷ୍ଟେସନରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସର ସୂଚନାନୁସାରେ, କାରରେ କେତେଜଣ ପୁରୁଷ ଉପସ୍ଥିତ ଥିଲେ ମହିଳା ଜଣକ କହିପାରିଲେ ନାହିଁ । ସେ କେବଳ କାର ଡ୍ରାଇଭରର ନାମ ଜାଣିଥିଲେ ବୋଲି କହିଲେ ଯାହାର ନାମ ସୋନୁ ଥିଲା । ପୋଲିସ କହିଛି ଯେ ଉଭୟ ପୀଡିତା ମା’ ଏବଂ ଝିଅଙ୍କୁ ରୁରୁକୀ ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଡାକ୍ତରୀ ପରୀକ୍ଷା ବଳାତ୍କାରକୁ ନିଶ୍ଚିତ କରିଛି । ପୋଲିସ କହିଛି ଯେ ଏକ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking