27.1 C
Bhubaneswar
Friday, March 29, 2024
Homeଅପରାଧଲକ୍‌ଡାଉନ୍ ସମୟରେ ଲଜ୍ଜା : ୧୨ଜଣ ଯୁବକ ୨ଜଣ ଯୁବତୀଙ୍କ ସହିତ....

ଲକ୍‌ଡାଉନ୍ ସମୟରେ ଲଜ୍ଜା : ୧୨ଜଣ ଯୁବକ ୨ଜଣ ଯୁବତୀଙ୍କ ସହିତ….

ଝାଡ଼ଖଣ୍ଡ : ସମଗ୍ର ଦେଶରେ କରୋନା ତାଣ୍ଡବ ନେଇ ଚିନ୍ତାରେ ଅଛନ୍ତି ବିଶ୍ୱବାସୀ । । କରୋନାରୁ କେମିତି ମୁକ୍ତି ମିଳିବ, ଏ ନେଇ ଦେଶବାସୀ ମଧ୍ୟ ଚିନ୍ତାରେ ଅଛନ୍ତି । ସାରା ଦେଶ ଲକ୍‌ଡାଉନ୍ । ହେଲେ ଏହି ଲକ୍‌ଡାଉନ୍ ସମୟରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ଜଣ ଯୁବତୀଙ୍କୁୁ ୧୨ଜଣ ଯୁବକ ମିଶି ଗଣଦୁଷ୍କର୍ମ କରିଛନ୍ତି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି,ଝାଡ଼ଖଣ୍ଡ ଗୁମଲା ଅଂଚଳର ଖଟକା ଗାଁ’ ନିକଟରେ ।
ସୂଚନା ଅନୁଯାୟୀ, ଲକଡାଉନ୍ ସମୟରେ ଯୌନ ପିପାସୁମାନେ ଏହାର ଫାଇଦା ନେଉଛନ୍ତି । ଚାରିଆଡ଼େ ଖାଁ ଖାଁ ରହୁଥିବାରୁ ଏହାର ଫାଇଦାକୁ ଯୌନପିପାସୁମାନେ ହାତଛଡ଼ା କରୁନାହାଁନ୍ତି । ଏକ ବିବାହ କାର୍ଯ୍ୟକ୍ରମରେ ଅପ୍ରେଲ ୩ତାରିଖଦିନ ୨ଜଣ ଯୁବତୀ ଯୋଗ ଦେବା ପାଇଁ ଘରୁ ବାହାରିଥିଲେ । ହେଲେ ଲକ୍‌ଡାଉନ୍ ସମୟ ଚାଲି ଚାଲି ଯିବାକୁ ପଡ଼ିଥିଲା କିନ୍ତୁ ବିବାହ କାର୍ଯ୍ୟରେ ମଧ୍ୟ ଯୋଗ ଦେଇପାରି ନଥିଲେ । ଘରୁ ଫେରି ଆସୁଥିଲେ । ହେଲେ ବାଟରେ ଯୌନପିପାସୁଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଏହି ୧୨ଜଣ ଅଭିଯୁକ୍ତ ୨ଜଣ ଯୁବତୀଙ୍କୁ ଖଟକା ଗାଁ’ ସ୍କୁଲ ପାଖକୁ ଟେକି ନେଇ ଯାଇଥିଲେ । ୧୨ଜଣ ମିଶି ଗଣ ଦୁଷ୍କର୍ମ କରିଥିଲେ । ଏହା ପରେ ଯୁବତୀଙ୍କୁ ଧମକ ଦେଇ କହିଥିଲେ ଏହି ଘଟଣା ବିଷୟରେ କହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଯୁବତୀ ଦ୍ୱୟ ଘରକୁ ଫେରି ତାଙ୍କ ସାଥିରେ ଘଟିଥିବା ଘଟଣା ବିଷୟରେ ସବୁ କଥା ପରିବାର ଲୋକଙ୍କୁ କହିଦେଇଥିଲେ । ପରେ ପରିବାର ଲୋକେ ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ୧୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ୧୦ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ ୨ଜଣ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି । ଏହି ୧୦ଜଣ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking