40.1 C
Bhubaneswar
Thursday, April 25, 2024
Homeଓଡିଶାଗଣେଶ ପୂଜାକୁ କରୋନା ମାଡ଼

ଗଣେଶ ପୂଜାକୁ କରୋନା ମାଡ଼

କଟକ : ଏବର୍ଷ କଟକରେ ହେବନି ଗଣେଶ ପୂଜା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ଏ ବର୍ଷ ଗଣେଶ ପୂଜା କରାଯିବ ନାହିଁ । ସର୍ବସାଧାରଣ ସ୍ଥାନ ବା କୌଣସି ସଂସ୍ଥା ପକ୍ଷରୁ କରାଯିବ ନାହିଁ । ଏନେଇ ଶାନ୍ତି ଓ ପୂଜା କମିଟି ସହ କମିଶନରେଟ ପୋଲିସର ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଆଗକୁ ଆସୁଥିବା ପ୍ରସିଦ୍ଧ ଦୁର୍ଗା ପୂଜା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ପରବର୍ତ୍ତୀ ସ୍ଥିତିକୁ ଦେଖି ନିଷ୍ପତ୍ତ ନିଆଯିବ । ଦଶହରା ପାଇଁ କୌଣସି ପ୍ରକାର ଆଗୁଆ ପ୍ରସ୍ତୁତି ନ ଚଳାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଯଦି ଏଭଳି ସ୍ଥିତି ଆଗକୁ ଲାଗି ରହିବ ତାହେଲେ କେବଳ ମୂର୍ତ୍ତି ବା ଘଟ ପୂଜା ହେବ । କରୋନା ସ୍ଥିତିକୁ ଦେଖି ପରବର୍ତ୍ତୀ ବୈଠକରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଏବେ ସୁଦ୍ଧା କଟକ ସହରରେ ମୋଟ ୩୫୦ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୦ଜଣ ସୁସ୍ଥ ହୋଇଛନ୍ତି । ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୪୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking