32.1 C
Bhubaneswar
Thursday, March 28, 2024
Homeଓଡିଶାଅଶୋକ ପରିଡ଼ା ହତ୍ୟା ଘଟଣା : ଅଭିଯୁକ୍ତକୁ ଗିରଫ ଦାବିରେ ଗଣଧାରଣା

ଅଶୋକ ପରିଡ଼ା ହତ୍ୟା ଘଟଣା : ଅଭିଯୁକ୍ତକୁ ଗିରଫ ଦାବିରେ ଗଣଧାରଣା

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଯଅଁରା ଗ୍ରାମରେ ନଭେମ୍ବର ମାସରେ ଦୁଇଦିନ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା । ଗ୍ରାମର ପ୍ରଶାନ୍ତ ସାହୁ ଓ ଅଶୋକ ପରିଡ଼ାଙ୍କ ମୃତ ଦେହ ଆଗପଛ ଭାବେ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିପାରିନି । ସବୁଠାରୁ ବଡ଼କଥା ହେଉଛି ଅଶୋକ ପରିଡ଼ା ମରିବାକୁ ନେଇ ତାଙ୍କ ବିଧବା ପତ୍ନୀ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ, ଗତ ବର୍ଷ ୨୦୧୯ ନଭେମ୍ବର ମାସ ୨୭ ତାରିଖରେ ଯଅଁରା ଗ୍ରାମର ପ୍ରଶାନ୍ତ ସାହୁଙ୍କ ମୃତ ଦେହ ତାଙ୍କ ଘରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ତା ପରଦିନ ପ୍ରଶାନ୍ତ ସାହୁଙ୍କ ପୋଖରୀରୁ ଅଶୋକ ପରିଡ଼ାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଅଶୋକ ପରିଡ଼ାଙ୍କ ମୃତ୍ୟୁରେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ତଦନ୍ତ କରିଛି ଏଥିରେ ଅଶୋକଙ୍କ ବିଧବା ପତ୍ନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସାମୀକୁ କାହିଁକି ଗିରଫ କରାଯାଇନାହିଁ ତାହାକୁ ନେଇ ଅଶୋକଙ୍କ ପରିବାର ଓ ବନ୍ଧୁବାନ୍ଧବମାନେ ମଧ୍ୟ ଜିଲ୍ଲା ଏସ୍‌ପି ଓ ଏସ୍‌ଡ଼ିପିଓଙ୍କୁ ଭେଟି ନିରାଶ ହେବା ପରେ ଆଜି ଯଅଁରା ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେ ନ୍ୟାୟ ଦାବି କରି ମହାକାଳପଡ଼ା ଥାନା ଆଗରେ ଧାରଣାରେ ବସିଥିଲେ । ସକାଳ ୯ଟାରୁ ଏହି ଧାରଣା ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଘଟଣା ସ୍ଥଳରେ ଏସ୍‌ଡ଼ିପିଓ ରାଜୀବ ଲୋଚନ ପଣ୍ଡା, ମହାକାଳପଡ଼ା ଆଇଆଇସି ମନୋରଞ୍ଜନ ଚୌଧୁରୀ ପହଞ୍ଚି ଅଶୋକ ପରିଡ଼ାଙ୍କ ପରିବାର ଓ ଗ୍ରାମବାସୀଙ୍କ ସହିତ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିସାରିବା ପରେ ଗ୍ରାମବାସୀ ପୁଲିସ୍ କଥାରେ ସହମତି ହୋଇଥିଲେ । ୧୫ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣା ସ୍ଥଳରୁ ଓହରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking