39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଛଅ ମାସ ହେଲା ଧାନ ବିକି ପଇସା ନ ପାଇବାରୁ ତା ବିରୋଧ ରେ ଗଣ...

ଛଅ ମାସ ହେଲା ଧାନ ବିକି ପଇସା ନ ପାଇବାରୁ ତା ବିରୋଧ ରେ ଗଣ ସତ୍ୟାଗ୍ରହ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ ର ଅବହେଳା ଅପାରଗତା ଯୋଗୁଁ ସ।ହ।ରପଡା ବ୍ଲକ ର ସମବାୟ ସମିତି ଅଧୀନରେ ୬୮ଜଣ ଚାଷୀ ଛଅ ମାସ ହେଲା ଧାନ ବିକ୍ରି କରି ପଇସା ପାଇ ନାହାନ୍ତି । ଏହାକୁ ନେଇ ବିଭିନ ସମୟରେ ଚାଷୀ ମାନେ ପ୍ରଶାସନ ଙ୍କୁ ଅବଗତ କରାଇଥିଲେ । ଏହାକୁ ନେଇ ପ୍ରଶାସନଅଭିଯୁକ୍ତ ଙ୍କ ବିରୋଧରେ ପାଟଣା ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହା ଫଳରେ ପାଟଣା ଥାନା ତଦନ୍ତ କରି ଦୁଇ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ହେଲେ ଏହି କାର୍ଯ୍ୟାନୁଷ୍ଠାନ କୁ ନବ ନିର୍ମାଣ କୃଷକ ସଙ୍ଗଠନ ବିରୋଧ କରୁଛି । ତାଙ୍କ କହିବା କଥା ଦୋଷୀ ପଇସା ନ ଫେରାଇ ଜେଲ ଗଲେ ଚାଷୀ କିପରି ପଇସା ପାଇବେ । ଏଣୁ ଯଥାଶୀଘ୍ର ଚାଷୀ ଙ୍କୁ ପଇସା ଫେରାଇବା ପାଇଁ ବ୍ୟବସ୍ଥା କରାଯାଉ । ହେଲେ ଅଦ୍ୟବଧି କୌଣସି ପଦକ୍ଷେପ ନ ନିଆ ଯିବାରୁ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗଣ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଶହ ଶହ ଚାଷୀ ହାତରେ ଜାତୀୟ ପତାକା ଧରି ଜିଲ୍ଲାପାଳଙ୍କ ଅଫସ ସମ୍ମୁଖ ରେ ସତ୍ୟାଗ୍ରହ କରିବାକୁ ମାଡି ଆସୁଥିବା ବେଳେ କୋଉିଡ କଟକଣାର ଆଳ ଦେଖାଇ ଚାଷୀଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking