ଜୁଆଡ଼ିଙ୍କ ପଥର ମାଡ଼ରେ ଯଶିପୁରଥାନା ପୋଲିସ ଘାୟଲ: ୯ ଗିରଫ

jasipur ps

ମୟୁରଭଞ୍ଜ:  ଦିନକୁଦିନ ଜୁଆଡ଼ିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏମାନେ ମାନୁନାହାନ୍ତି ଆଇନ କାନୁନ କି ପୋଲିସ। ତେବେ ଏଭଳି ଘଟଣା ଏବେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଜାଉଁରିପୋଷି ଠାରେ ଦେଖିବାକୁ ମିଳିଛି। ସ୍ଥାନୀୟ ଜିକେଏସ୍ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଚାଲିଥିବା ବେଳେ , ଅନ୍ୟ ଏକ ପାର୍ଶ୍ବରେ କେତେକ ଲୋକ ଭିଡଜମାଇ ଜୁଆଖେଳ କରୁଥିବା ଜଣାପଡିଥିଲା । ଏ ସଂପର୍କରେ ଖବରପାଇ ଯଶିପୁର ଥାନା ଆଇଆଇସି ରଂଜନ କୁମାର ସେଠୀ ସଦଳବଳେ ସେଠାରେ ପହଞ୍ଚି ଜୁଆଆଡ୍ଡା ଉପରେ ଚଢାଉ କରିଥିଲେ । ଏହି ସମୟରେ ୫୦ ରୁ ଅଧିକ ଲୋକ ଅତର୍କିତ ଭାବେ ପୋଲିସ ଉପରକୁ ପଥରମାଡ କରି ଘଉଡାଇବାକୁ ଚେଷ୍ଟା କରିଥିଲେ । ଫଳରେ ସେଠାକୁ ଯାଇଥିବା ସମସ୍ତ ପୋଲିସ୍ କର୍ମଚାରୀ ଖଣ୍ଡିଆ ଖାବରା ହୋଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ସଙ୍ଗେ ସଙ୍ଗେ ପୋଲିସ କାବୁ କରିନେଇଥିବା ବେଳେ ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି । ଜୁଆଆଡ୍ଡା ସ୍ଥଳରୁ ଜୁଆଖେଳ ସାମଗ୍ରୀ, ୨ ହଜାର ଟଙ୍କା ଓ ୩ ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ୍। ଏହି ଘଟଣାକୁ ନେଇ ଯଶିପୁର ଥାନା କେଶ୍ ନମ୍ବର ୧୩୪/୨୦୨୦ରେ ମକଦ୍ଦମା ରୁଜୁ କରି ସମସ୍ତ ଅଭିଯୁକ୍ତ ଓ ପୋଲିସ୍ କର୍ମଚାରୀଙ୍କର ଯଶିପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା କରାଯାଇଛି । ଏହି ଘଟଣାରେ ଏସ୍ ଆଇ ପାର୍ବତୀ ମଲ୍ଲିକ ତଦନ୍ତଜାରି ରଖିଛନ୍ତି । ଗିରଫ ୯ ଜଣଙ୍କୁ ପୋଲିସ୍ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here