26.1 C
Bhubaneswar
Friday, March 29, 2024
Homeଓଡିଶାଜଙ୍ଗଲ ଜମିକୁ ନେଇ ଆଦିବାସୀ ଓ ବନ ବିଭାଗ ମଧ୍ୟରେ ବିବାଦ

ଜଙ୍ଗଲ ଜମିକୁ ନେଇ ଆଦିବାସୀ ଓ ବନ ବିଭାଗ ମଧ୍ୟରେ ବିବାଦ

ଗଜପତି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ମହେନ୍ଦ୍ର ବନାଞ୍ଚଳ ଅଧୀନ ଜଲାଙ୍ଗ ବିଟ୍ ଅନ୍ତର୍ଗତ ରାଇଡା ସଂରକ୍ଷିତ ଜଙ୍ଗଲ ଜମିକୁ ନେଇ ଆଦିବାସୀ ଓ ବନ ବିଭାଗ ମଧ୍ୟରେ ଥିବା ବିବାଦ ତେଜୁଥିବା ଦେଖିବାକୁ ମିଳୁଛି । ଏନେଇ ବନ ବିଭାଗ ବିପକ୍ଷରେ ଆଦିବାସୀମାନେ ମେଳିବାନ୍ଧି ଆନ୍ଦୋଳନ କରିବାକୁ ଅଣ୍ଟା ଭିଡୁଛନ୍ତି । ଚଳିତ ମାସ ୯ ତାରିଖରେ ବିବାଦୀୟ ଜଙ୍ଗଲ ଜମିରେ ଜବରଦଖଲ କରି ୩ଟି ଗ୍ରାମର ପ୍ରାୟ ୬୦ପରିବାର କୁଡିଆ କରି ରହିଆସୁଥିଲେ । ବିଭାଗୀୟ କର୍ମଚାରୀମାନେ ସେଠାକୁ ଯାଇ କୁଡିଆଗୁଡିକୁ ଭାଙ୍ଗି ଦେଇଥିବା ଅଭିଯୋଗକୁ ନେଇ ଉତ୍ତ୍ୟକ୍ତ ହୋଇ ବିଭାଗୀୟ ଅଧିକାରୀମାନଙ୍କୁ ୩ଘଣ୍ଟା ଅଟକ ରଖିବା ପରେ ଛାଡିଥିଲେ । ପୁନର୍ବାର ଆଦିବାସୀମାନେ ଉକ୍ତ ଜମିରେ କୁଡିଆ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି ।

ବନ ବିଭାଗ ଉକ୍ତ ଜମିରେ ବୃକ୍ଷରୋପଣ କରିବା ପାଇ ଅଣ୍ଟା ଭିଡୁଥିବା ବେଳେ ଆଦିବାସୀମାନେ ତାହା ନକରାଇ ଜବରଦଖଲ କରିବା ଉଦ୍ଦେଶ୍ୟରେ ସେଠାରେ ପଡୁଚାଷ ଶସ୍ୟ କରିଛନ୍ତି । ଆମେ ଉକ୍ତ ଜାଗାକୁ ଅଧିକାର କରିବୁ ବୋଲି ଗ୍ରାମର ନାଏବ ସରପଞ୍ଚ ଜିଖରିୟ ଭୂୟାଁ, ୱାର୍ଡ ସଭ୍ୟ ଫିଲିମନ ଭୂୟାଁ, କମଳ ରଇତ, ରାମଚନ୍ଦ୍ର ରଇତ, ଅଶୋକ ଗମାଙ୍ଗ କହିଛନ୍ତି । ଏ ସଂକ୍ରାନ୍ତରେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛାଙ୍କ ସହ ଯୋଗାଯୋଗ କରାଯିବାରେ ପୁନର୍ବର କୁଡିଆ କରାଯାଇଥିବା ଘଟଣା ଆମ ନଜରକୁ ଆସିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର କରାଯାଇଛି ବୋଲି କହିଥିଲେ ।

ସୂଚନାଯୋଗ୍ୟ, ରାଇଡା ସଂରକ୍ଷିତ ଜଙ୍ଗଲରେ ୧୦୦ବର୍ଷ ତଳେ ୧୦ ଏକର ଜମିରେ ରକ୍ତ ଚନ୍ଦନ ବୃକ୍ଷରୋପଣ କରାଯାଇଥିଲା । ଅଞ୍ଚଳଟି ଜଙ୍ଗଲ ବିଭାଗ ଅଧିନରେ ରହିଆସିଥିଲା । ତେବେ ତିତ୍‌ଲି ବାତ୍ୟାରେ ଶତାଧିକ ଗଛପଡି ନଷ୍ଟ ହୋଇଥିଲା । ପରେ ସେଠାକାର ଆଦିବାସୀମାନେ ଜବରଦଖଲ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking