26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୨୦୫୦ ମସିହା ବେଳକୁ ଦୁନିଆ କେମିତି ଥିବ

୨୦୫୦ ମସିହା ବେଳକୁ ଦୁନିଆ କେମିତି ଥିବ

ଭୁବନେଶ୍ୱର : ବର୍ତମାନକୁ ଦେଖିବା ପରେ ଆପଣଙ୍କ ମନରେ ନିହାତି ଭାବନା ଆସୁଥିବ ୨୦୫୦ ବେଳକୁ ଏ ଦୁନିଆ କିପରି ଥିବ । ୨୦୫୦ ମସିହା ବେଳକୁ ଦୁନିଆ ସଂପୂର୍ଣ୍ଣ ଭାବରେ ପରିବର୍ତନ ହୋଇସାରିଥିବ । ପ୍ରାୟ ୮୦ ପ୍ରତିଶତ ଲୋକେ ସେତେବେଳକୁ ସହରରେ ବାସ କରୁଥିବେ । ପ୍ରତିଟି ସହର ସେ ସମୟ ବେଳକୁ ସ୍ମାର୍ଟ ହୋଇସାରିଥିବ । ଏହାକୁ ବାଦ ଦେଲେ ଜନସଂଖ୍ୟା ପ୍ରାୟ ୯୬୦ କୋଟି ହୋଇସାରିଥିବ । ସେଚେବେଳକୁ ଆମ ଭାରତର ଜନସଂଖ୍ୟା ୧୫୦ କୋଟି ପାର କରିସାରିଥିବ । ୨୦୫୦ ବେଳକୁ ସି ଲେବଲ ଅନେକ ମାତ୍ରାରେ ବଢି ସାରିଥିବ । ଫଳରେ ସେତେବେଳକୁ ଆମେ ଅନେକ ଆଇଲାଣ୍ଡକୁ ହରାଇସାରିଥିବା । ୨୦୫୦ ମସିହା ବେଳକୁ ଦୁନିଆରେ କିଛି ନୂଆ ଦେଶ ମଧ୍ୟ ସାମିଲ ହୋଇଥିବେ । ଭବିଷ୍ୟତରେ ୫୫ ପ୍ରତିଶତ ଚାକିରୀ ଶେଷ ହୋଇସାରିଥିବ, ଯାହା ଆଜିର ସମୟରେ ଆମ ପାଖରେ ରହିଛି । ସେତେବେଳେ ବି ଜବସ ଥିବ ମାତ୍ର ଅଧିକାଂଶ ରୋବଟ ଦ୍ୱାରା କରାଯାଉଥିବ । ତା ଛଡା ମେଡିକାଲ ସିଷ୍ଟମ ୨୦୫୦ ମସିହା ବେଳକୁ ଏତେ ଆଡଭାନ୍ସ ହୋଇସାରିଥିବ ଯେ, ଆମେ ତାକୁ କଳ୍ପନା ବି କରିପାରିବାନି । ଆଗାମୀ ୧୦ ବର୍ଷରେ କ୍ୟାନସର ଭଳି ରୋଗର ଉପାୟ ବାହାରି ସାରିଥିବ ଏବଂ କ୍ୟାନସର କାରଣରୁ ୮୦ ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ମୃତ୍ୟୁ ହେବନି ।

ରିପୋର୍ଟ ଅନୁସାରେ, ସେତେବେଳେ ଚକ୍ଷୁ ରୋଗ ଅଧିକାଂଶ ମାତ୍ରାରେ ସମସ୍ୟା ସୃଷ୍ଟି କରିବ । ମାୟୋପିଆନ ନାମକ ରୋଗ ସେତେବେଳେ ମନୁଷ୍ୟ ଶରୀରରେ ଅଧିଂକାଶ ଦେଖିବାକୁ ମିଳିବ । ଏହି ରୋଗ ହେବାର ଏକମାତ୍ର କାରଣ ହେବ ଲାଇଫ ଷ୍ଟାଇଲରେ ପରିବର୍ତନ ଆସିବା । ବର୍ତମାନ ମେଡିକାଲ ଏହାର ନିରାକରଣ ପାଇଁ ପ୍ରୟାସ ଚଲାଇଛନ୍ତି । ଫଳରେ ଆଗାମୀ ଦିନରେ ଏହାର ପ୍ରତିକାର ଆମେ ପାଇପାରିବା । ଏହାବ୍ୟତୀତ ଭବିଷ୍ୟତରେ ଗ୍ୟାଜେଟସ ଏତେ ଆଡଭାନସ୍ ହେବ ଯାହାକୁ ଆମେ ଏବେ ଭାବିପାରିବାନି । ସେତେବେଳେ ଗ୍ୟାଜେଟସ ଆମ ବଡିରେ ଫିଟ ହୋଇପାରିବ । ଫଳରେ ବଡିକୁ ଆମେ ସ୍କ୍ରିନ ଭଳି ବ୍ୟବହାର କରିବା । ଏବେ ଆପଣ ଯେଉଁ ଗାଡି ଚଲାଉଛନ୍ତି, ୨୦୫୦ରେ ହୁଏତ ଏହା ନଥିବ । କାରଣ ସେତେବେଳକୁ ଇଲେକ୍ଟ୍ରିକ ଗାଡି ଆସିଯାଇଥିବ । ୨୦୫୦ ମସିହା ବେଳଖୁ ଇଂଟକନେଟ ସ୍ପିଡ ଆଜିର ତୁଳନାରେ ବେଶ ଅଧିକ ଥିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking