34.1 C
Bhubaneswar
Friday, March 29, 2024
Homeଓଡିଶାମାଟିତଳୁ ହାତଗୋଡ଼ ବନ୍ଧା ନରକଙ୍କାଳ ଜବତ ଘଟଣା : ତଣ୍ଟିଚିପି ମାରିଥିଲେ ୨ ଭାଇ, ୩...

ମାଟିତଳୁ ହାତଗୋଡ଼ ବନ୍ଧା ନରକଙ୍କାଳ ଜବତ ଘଟଣା : ତଣ୍ଟିଚିପି ମାରିଥିଲେ ୨ ଭାଇ, ୩ ଗିରଫ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳର ତୁଡ଼ିପାଜୁ ଜଙ୍ଗଲର ମାଟିତଳୁ ଗତ ମାସ ୨୫ ତାରିଖ ପୁଲିସ ହାତ ଗୋଡା ବନ୍ଧା ଏକ ନର କଙ୍କାଳ ଜବତ କରିଥିଲା । ଏହି କଙ୍କାଳ ରେବିଙ୍ଗିଆ ପଞ୍ଚାୟତ କୁଟିଗୁଡା ଗ୍ରାମର  ଟିକୁନୁ ଗୌଡଙ୍କର ବୋଲିି ଚିହ୍ନଟ ହୋଇଥିଲା । ଘଟଣାରେ ସଂପୃକ୍ତି ଅଭିଯୋଗରେ ୨ ଭାଇ ଅଜୁ ବଗର୍ତ୍ତି,ବିପିନ ବଗର୍ତ୍ତିି ଓ ଭଇରା ଗୌଡଙ୍କୁ ଗିରଫ କରାଯାଇଛି ବୋଲି ବୁଧବାର ବାଲିଗୁଡା ପୁଲିସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଘଟଣାରେ ବ୍ୟବହୃତ କୋଡି, ଗଇଁତି ଓ ଏକ କାଠକୁ ଜବତ କରାଯାଇଛି । ୨ ଭାଇ ହିଁ ତଣ୍ଟିଚିପି ଟିକୁନୁଙ୍କୁ ହତ୍ୟା କରି ପୋତି ଦେଇଥିବା ସ୍ୱୀକାର କରିଛନ୍ତି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ।

ଗତ ଫେବୃୟାରୀ ୨୨ ତାରିଖରୁ  ଟିକୁନୁ ରେବିଙ୍ଗିଆକୁ ଭୋଜି ଖାଇବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ଗତ ୪ ତାରିଖରେ ଟିକୁନୁ ହଜିଯାଇଥିବା ତାଙ୍କ ପୁଅ ଫିରୋଜ ଗୌଡ ବାଲିଗୁଡା ଥାନାରେ ଏକ ଏତଲା ଦେଇଥିଲେ। ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତ ୨୫ ତାରଖ କିଛି ଲୋକ ଉକ୍ତ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇ ଦୁର୍ଗନ୍ଧ ବାରି ପୁଲିସକୁ ଖବର ଦେଇଥିଲେ । ପୁଲିସ ମାଜିଷ୍ଟ୍ରେଟ ଜଙ୍ଗଲରେ ପହଞ୍ଚିଥିଲେ  । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳାଯାଇ ଏକ ନରକଙ୍କାଳ ଉଦ୍ଧାର କରାଯାଇଥିଲା । ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ପରିବାର ଲୋକେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ତଦନ୍ତ ପରେ ପଡିଗାଁର ଦୁଇ ଭାଇ ଅଜୟ ଓ ବିପିନଙ୍କୁ ପୁଲିସ ଧରିଥିଲା । ପଚରାଉଚରା ପରେ ଜମି ବିବାଦକୁ ନେଇ ତାଙ୍କ ଭିତରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଟିକୁନୁ ଗୌଡ ଭୋଜି ଖାଇବାକୁ ଯାଇ ଫେରୁଥିବାବେଳେ ବାଟରେ ଅଟକାଇ ଏକ ଠେଙ୍ଗାଦ୍ୱାରା ତଣ୍ଟିିଚିପି ମାରିଦେଇଥିଲେ । ପ୍ରମାଣ ଲିଭାଇବା ପାଇଁ ତାକୁ ଭାର କରି ନେଇ ଗାଁ ନିକଟ ତୁଡ଼ିପାଜୁ ଜଙ୍ଗଲରେ ପୋତି ଦେଇଥିବା ସ୍ୱୀକାର କରିଥିଲେ । ତେବେ ଏହି ହତ୍ୟା ଘଟଣାରେ ଭଇରା ଗୌଡ ପାଖରୁ ସେମାନେ କୋଡି, ଗଇଁତି ଆଣିଥିବା ପ୍ରକାଶ କରିଥିବା ବେଳେ ପୁଲିସ୍ ଭଇରାକୁ ମଧ୍ୟ ଗିରଫ କରଇଛି । ଟିକୁନୁ ଗୌଡ ପରିବାର ସହ ଅଭିଯୁକ୍ତମାନଙ୍କ ପରିବାର ସହ ପୁରୁଣା ଜମି ବିବାଦ ଲାଗି ରହିଥିଲା ଏବଂ ଅଜୁ ଓ ବିପିନ କୁଆଡ଼େ ଟିକୁନୁ ଗୌଡକୁ ପୂର୍ବରୁ ମାରିଦେବା ପାଇଁ ଆଗରୁ ଧମକ ଦେଇଥିଲେ ବୋଲି ପୁଲିସର ତଦନ୍ତରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking