30.1 C
Bhubaneswar
Wednesday, April 24, 2024
Homeଅପରାଧସାଙ୍ଗକୁ ତଣ୍ଟିଚିପି ହତ୍ୟା କଲେ ଦୁଇସାଙ୍ଗ 

ସାଙ୍ଗକୁ ତଣ୍ଟିଚିପି ହତ୍ୟା କଲେ ଦୁଇସାଙ୍ଗ 

ବାରିପଦା- ଟଙ୍କା ହେଲା କାଳ।ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ। ସାଙ୍ଗର ତଣ୍ଟିଚିପି ହତ୍ୟା କଲେ ଦୁଇସାଙ୍ଗ। ଉଧାର ଟଙ୍କା ଫେରସ୍ତ ମାଗି ବିଫଳ ହେବାରୁ ରାଗରେ ଦୁଇସାଙ୍ଗ ମିଶି ଆଉଜଣେ ସାଙ୍ଗର ତଣ୍ଟିଚିପି ନିର୍ମମ ଭାବେ
ହତ୍ୟା କରି ନେଇଗଲେ ଗୋଟେ ଜୀବନ। ଏହି ଅଭାବନୀୟ ଘଟଣା ବାରିପଦା ସହରରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, ବାରିପଦା
ସହର ସୁନଗଡିଆ ଅଞ୍ଚଳର ବିକ୍ରମ ଦାସ(୩୭) ବିଭିନ୍ନ ସମୟରେ ସାଙ୍ଗ ଜିତେନ୍ଦ୍ର ପଣ୍ଡା(୩୪)ଙ୍କୁ ଟଙ୍କାଉଧାର
ମାଗି ନେଇଥାନ୍ତି ।

ମାତ୍ର ଉଧାରଟଙ୍କା ଆଉ ଫେରସ୍ତ କରନ୍ତି ନାହିଁ । ଫଳରେ ବିକ୍ରମ ଓ ଜିତେନ୍ଦ୍ରଙ୍କ ମଧ୍ୟରେ ବିଭିନ୍ନ ସମୟରେ ବଚସା ହୋଇଥାଏ ।
ତେବେ ଉଧାର ଟଙ୍କାକୁ ନେଇ ବାରିପଦା ସହର କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଶୁକ୍ରବାର ଅପରାହ୍ନରେ ଜିତେନ୍ଦ୍ର ଓ ବିକ୍ରମଙ୍କ ମଧ୍ୟରେ ପ୍ରବଳ ବଚସା
ହୋଇଥିଲା । ପରେପରେ ଜିତେନ୍ଦ୍ର ତାଙ୍କ ସାଙ୍ଗ ୱାର୍ଡନମ୍ବର ୭ ର ଚନ୍ଦନ କୁମାର ଦାସ(୩୫)ଙ୍କ ସହ ମିଶି ବିକ୍ରମର ତଣ୍ଟିଚିପି
ହତ୍ୟାକରି ସେଠାରେ ବିକ୍ରମର ମୃତଦେହକୁ ଫିଙ୍ଗି ଦେଇଥିଲେ । ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତକରିବା ସହିତ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକତଦନ୍ତ କରିଥିଲେ । ତେବେ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିବା ପରେ ବାରିପଦା ଟାଉନଥାନା ପକ୍ଷରୁ ୩୦୨ ଦଫାରେ ୬୧୯/୨୦ ନଂ
ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ହତ୍ୟାକାରୀ ଦୁଇ ସାଙ୍ଗକୁ ପୋଲିସ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଆଜି ଉଭୟ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ।

ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking