28.1 C
Bhubaneswar
Friday, March 29, 2024
Homeଅପରାଧଟଙ୍କା ସାଜିଲା ବଇରି: ବନ୍ଧୁଙ୍କୁ ଛୁରି ମାରି ହତ୍ୟା କଲା ବନ୍ଧୁ

ଟଙ୍କା ସାଜିଲା ବଇରି: ବନ୍ଧୁଙ୍କୁ ଛୁରି ମାରି ହତ୍ୟା କଲା ବନ୍ଧୁ

ଖୋର୍ଦ୍ଧା: ଟଙ୍କା ଅନର୍ଥର ମୂଳ । ଦୁଇ ବନ୍ଧୁଙ୍କ ମଧ୍ୟରେ ଧାରକରଜକୁ କେନ୍ଦ୍ର କରି ବିବାଦ ପରେ ଜଣେ ବନ୍ଧୁ ଛୁରି ମାରି ହତ୍ୟା କରିଛି ବନ୍ଧୁକୁ ।

ସୂଚନା ଅନୁଯାୟୀ, ମହେଶ୍ୱର ଦାସ ଓରଫ ମୁନା(୨୯) ଖୋର୍ଦ୍ଧା ଶିଳ୍ପାଞ୍ଚଳର ଏକ କୋରିଅର/ପରିବହନ କମ୍ପାନୀରେ ଗାଡ଼ି ଚାଳକ ଭାବେ କାମ କରୁଥିଲା । ଏହାପରେ ରଶ୍ମୀରଞ୍ଜନ ପାଟ୍ଟଯୋଶୀ(୨୦) ସେଠାରେ ଚାଳକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ବନ୍ଧୁତା ଯୋଗୁଁ ପରସ୍ପରକୁ ବିଭିନ୍ନ ସମୟରେ ସହାୟତା କରିବା ସହ ଟଙ୍କା ଦିଆନିଆ କରୁଥିଲେ । କିଛି ମାସ ପୂର୍ବେ ମୁନା ରଶ୍ମୀରଞ୍ଜନଙ୍କ ଠାରୁ ଟଙ୍କା ଧାର ନେଇଥିଲା ଓ ଦଶହରା ପୂର୍ବରୁ ଫେରାଇ ଦେବି ବୋଲି କହିଥିଲା । କିନ୍ତୁ ଏହି ଟଙ୍କା ଫେରାଇ ନଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଗତକାଲି ରାତିରେ ଏକ ପାନଦୋକାନ ସମ୍ମୁଖରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବଚସାରୁ ହାତାହାତି ହୋଇଥିଲେ । ଏହି ସମୟରେ ମୁନା ନିଜ ପକେଟରେ ରଖିଥିବା ଛୁରି ବାହାର କରି ରଶ୍ମୀଙ୍କ ଛାତିକୁ ଭୁଷି ଦେଇଥିଲେ । ଫଳରେ ରଶ୍ମୀ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ । ଏନେଇ ପାନଦୋକାନୀ ରଶ୍ମୀଙ୍କ ଘରକୁ ଖବର ଦେଇଥିଲେ । ରଶ୍ମୀଙ୍କ ବାପା-ମା ସେଠାରେ ପହଞ୍ଚିବା ବେଳେ ମୁନା ଆକ୍ରମଣ କରିଥିବା ଛୁରି ଧରି ରଶ୍ମୀ ନିକଟରେ ଠିଆ ହୋଇଥିଲେ । ପରେ ସେଠାରୁ ଦୌଡ଼ି ପଳାଇଥିଲା । ରଶ୍ମୀଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ତାଙ୍କୁ ପୂର୍ବରୁ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ । ଏନେଇ ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ସୂଚନା ପାଇବା ପରେ ରଶ୍ମୀଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିଲା । ଆଜି ଅଭିଯୁକ୍ତ ମୁନାକୁ ଯାଁଳା ନିକଟରୁ ଗିରଫ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking