26.1 C
Bhubaneswar
Friday, March 29, 2024
Homeଅପରାଧ୫୦ ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ

୫୦ ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ

ବାଙ୍ଗଲୁର: ୫୦ଟଙ୍କା ନେଇଯିବା ଘଟଣାକୁ କେନ୍ଦ୍ରକରି ଦୁଇ ଘନିଷ୍ଠ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ । ସାଙ୍ଗକୁ ଛୁରୀରେ ଭୁସି ହତ୍ୟାକଲା ସାଙ୍ଗ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବାଙ୍ଗଲୁରର ବାସେଭେଶ୍ୱର ଥାନା ଅନ୍ତର୍ଗତ କୁରୁବରାହଲ୍ଲୀ ନିକଟରେ । ଘଟଣାପରେ ଫେରାର ରହିଛି ଅଭିଯୁକ୍ତ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଶାନ୍ତକୁମାର ଏବଂ ଶିବମାଧୁ ଦୁଇଜଣ ଭଲ ସାଙ୍ଗ ଥିଲେ । ପିଲାବେଳୁ ଗୋଟିଏ ସ୍ଥାନରେ ଜନ୍ମଗ୍ରହଣ କରିଥିବା ବେଳେ ଉଭୟେ ଏକାଠି ପାଠ ପଢୁଥିଲେ । ଅଭିଯୁକ୍ତ ଶାନ୍ତକୁମାର ଜୋମାଟୋ ଡେଲିଭରି ବୟ ଭାବରେ କାମ କରୁଥିଲେ ଏବଂ ମୃତ ଶିବମାଧୁ ଜଣେ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ।

ତେବେ ଗତକାଲି କ୍ରିକେଟ ଖେଳିବା ପରେ ଉଭୟେ ସ୍ଥାନୀୟ ଏକ ସାଇବର ସେଣ୍ଟରକୁ ଯାଇଥିଲେ । ସେହି ସମୟରେ ଶିବାମାଡୁ ଶାନ୍ତକୁମାର ପକେଟରୁ ୫୦ ଟଙ୍କା ନେଇଯାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ବଚସା ପରବର୍ତ୍ତୀ ସମୟରେ ହତ୍ୟାକାଣ୍ଡର ରୂପ ନେଇଥିଲା । କ୍ରୋଧିତ ଶାନ୍ତକୁମାର ଛୁରୀରେ ଶିବମାଧୁଙ୍କୁ ଛାତିରେ ଛୁରୀଭୁସି ଦେଇ ସେହି ସ୍ଥାନରୁ ପଳାଇ ଯାଇଥିଲେ । ପରେ ସାଙ୍ଗମାନେ ଶିବମାଧୁଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଚିକିତ୍ସାଧୀନ ଆବସ୍ଥାରେ ହିଁ ଶିବମାଧୁଙ୍କ ମୃତ୍ୟୁ ହୋଇଯାଇଥିଲା । ଖବରପାଇ ବାସଭଶ୍ୱର ନଗର ପୋଲିସ ଘଟଣାସ୍ଥଳକୁ ଯାଇ ଏକ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking