31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଯୁଦ୍ଧ ବନ୍ଦ ପାଇଁ ମୋଦିଙ୍କ ମନ୍ତବ୍ୟକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରଶଂସା

ଯୁଦ୍ଧ ବନ୍ଦ ପାଇଁ ମୋଦିଙ୍କ ମନ୍ତବ୍ୟକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରଶଂସା

ୱାଶିଂଟନ: ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ବିଶ୍ୱନେତାଙ୍କ ପ୍ରଶଂସା । ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ଶାନ୍ତି ପଥରେ ପ୍ରଗତି ହାସଲ କରିବାର ସମୟ ଆସିଛି । ଉଜବେକିସ୍ତାନ ସମରକନ୍ଦରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏହି ପରାମର୍ଶ ଦେଇଥିଲେ । ମଙ୍ଗଳବାର ଜାତିସଂଘର ସାଧାରଣ ପରିଷଦର ୭୭ତମ ଅଧିବେଶରେ ମାକ୍ରୋନ ମୋଦିଙ୍କୁ ମନ୍ତବ୍ୟକୁ ଯଥାର୍ଥ ବୋଲି କହିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗତ ୧୬ ତାରିଖରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବୈଠକ ସମୟରେ କହିଥିଲେ ଯେ, ”ଏହା ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ପ୍ରତିଶୋଧ ନେବାର ସମୟ ନୁହେଁ କି, ପୂର୍ବକୁ ପାଶ୍ଚାତ୍ୟ ବିରୋଧ କରିବାର ନୁହେଁ । ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ସାମୁହିକ ଭାବେ ସାମ୍ନା କରିବାର ଏହା ସମୟ ।”

ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ପର୍କରେ ଏବଂ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଅନେକ ଥର ଫୋନରେ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଥିବାର ମଧ୍ୟ ମଧ୍ୟ ମୋଦି କହିଥିଲେ । ନରେନ୍ଦ୍ର ମୋଦି ସାର ଓ ଜାଳେଣି ନିରାପତ୍ତା ସମସ୍ୟା ସମାଧାନର ଉପାୟ ଖୋଜିବା ଉଚିତ୍ ବୋଲି କହିଥିଲେ । ଏହାସହିତ ଯୁଦ୍ଧଭୂମି ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବାହାର କରିବାରେ ୟୁକ୍ରେନ ଓ ଋଷିଆର ସହଯୋଗ ପାଇଁ ମୋଦି ଧନ୍ୟବାଦ ଦେଇଥିଲେ । ଏହାର ଜବାବରେ ପୁଟିନ କହିଥିଲେ ଯେ, ୟୁକ୍ରେନ ସଂଘର୍ଷରେ ଭାରତର ସ୍ଥିତି ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏହି ଯୁଦ୍ଧ ଯଥାଶୀଘ୍ର ଶେଷ ହେଉ ବୋଲି ସେ ମଧ୍ୟ ଚାହୁଁଛନ୍ତି । ଆହୁରି ମଧ୍ୟ, ଭାରତ ଓ ଋଷିଆ ଅନ୍ତରାଷ୍ଟ୍ରୀୟ ସ୍ତରରେ ସକ୍ରିୟ ରୂପେ ସଂଶ୍ଲିଷ୍ଟ ରହିଛନ୍ତି ବୋଲି ଋଷିଆ ରାଷ୍ଟ୍ରପତି ପ୍ରକାଶ କରିଥିଲେ । ତେବେ ଦୀର୍ଘ ମାସ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଋଷିଆ ସେନାର କଡା ମୁକାବିଲା କରୁଛି ୟୁକ୍ରେନ । ଦୀର୍ଘ ଦିନର ଏହି ସଂଘର୍ଷରେ ହଜାର ହଜାର ଲୋକଙ୍କ ପ୍ରାଣହାନି ହୋଇଥିଲେ ହେଁ ଯୁଦ୍ଧରେ ବନ୍ଦ ହେବାର ନାଁ ଧରୁନି । ତେବେ ଏହାର ପରିଣାମ କେବେ ଏହି ଦୁଇ ଦେଶ ନୁହେଁ, ସାରା ବିଶ୍ୱକୁ ମଧ୍ୟ ଭୋଗିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking