26.1 C
Bhubaneswar
Wednesday, August 10, 2022
Homeଖେଳଫ୍ରେଞ୍ଚ୍ ଓପନ୍‌: ପ୍ରିକ୍ୱାର୍ଟର୍‌ରେ ଟାନ୍ ଓ ଆନିସିମୋଭା

ଫ୍ରେଞ୍ଚ୍ ଓପନ୍‌: ପ୍ରିକ୍ୱାର୍ଟର୍‌ରେ ଟାନ୍ ଓ ଆନିସିମୋଭା

ଲଣ୍ଡନ: ଚଳିତ ୱିମ୍ବଲଡନ୍ ଓପନ୍‌ରେ ଶନିବାର ଷଷ୍ଠ ଦିନରେ ଫ୍ରାନ୍ସର ହାର୍ମୋନୀ ଟାନ୍ ଓ ଆମେରିକାର ଆମାଣ୍ଡା ଆନିସିମୋଭା ପ୍ରିକ୍ୱାର୍ଟର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରେ ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ତଥା ୭ ଥର ୱିମ୍ବଲଡନ୍ ଓପନ୍‌ରେ ଚାମ୍ପିଅନ୍ ହୋଇଥିବା ଆମେରିକାର ସେରେନା ୱିଲିୟମ୍ସଙ୍କୁ ହରାଇଥିବା ଟାନ୍ ଶନିବାର ତାଙ୍କ ତୃତୀୟ ରାଉଣ୍ଡ୍ ମ୍ୟାଚ୍‌କୁ ମାତ୍ର ୫୧ ମିନିଟ୍‌ରେ ଜିତିନେଇଛନ୍ତି । ସେ ବ୍ରିଟେନ୍‌ର କେଟି ବୋଲ୍ଟରଙ୍କୁ ୬-୧,୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି । ଏଥିସହ ଡବ୍‌ଲ୍ୟୁଟିଏ ର‌୍ୟାଙ୍କିଙ୍ଗ୍‌ରେ ୧୧୫ତମ ସ୍ଥାନରେ ଥିବା ଟାନ୍ ନିଜ କ୍ୟାରିୟର୍‌ରେ ପ୍ରଥମ ଥର ପାଇଁ କ୍ରମାଗତ ୩ଟି ଟୁର୍ ଲେବଲ୍ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ପ୍ରିକ୍ୱାର୍ଟର୍ ରାଉଣ୍ଡ୍‌ରେ ସେ ଆନିସିମୋଭାଙ୍କୁ ଭେଟିବେ ।

କାରଣ ଆନିସିମୋଭା ତାଙ୍କ ନିଜ ଦେଶର ୧୮ ବର୍ଷୀୟା କୋକୋ ଗଫ୍‌ଙ୍କୁ ୬-୭(୪/୭),୬-୨,୬-୧ରେ ପରାସ୍ତ କରିଛନ୍ତି । ଏଥିସହ ଗତ ଫ୍ରେଞ୍ଚ୍ ଓପନ୍‌ରେ ରନର୍ସଅପ୍ ହୋଇଥିବା ଗଫ୍‌ଙ୍କୁ ସିଜନ୍‌ର ତୃତୀୟ ଗ୍ରାଣ୍ଡସ୍ଲାମ୍ ଓପନ୍‌ରୁ ସଅଳ ବିଦାୟ ନେବାକୁ ପଡ଼ିଛି । ସେହିପରି ମହିଳା ସିଙ୍ଗଲ୍ସର ଅନ୍ୟ ଏକ ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ତ୍ରୟୋଦଶ ସିଡ୍ ଚେକ୍ ଗଣରାଜ୍ୟ ଖେଳାଳି ବାର୍ବୋରା କ୍ରେଜିକୋଭା କ୍ରୋଏସିଆର ଆଜଲା ଟୋମଜାନୋଭିକ୍‌ଙ୍କଠାରୁ ୬-୨,୪-୬,୩-୬ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ତା’ଛଡ଼ା ରୋମାନିଆର ଷୋଡ଼ଶ ସିଡ୍ ସିମୋନା ହାଲେପ୍ ପୋଲାଣ୍ଡ୍‌ର ମ୍ୟାଗ୍‌ଡାଲେନା ଫ୍ରେଚ୍‌ଙ୍କୁ ୬-୪,୬-୧ ସିଧାସଳଖ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ଶନିବାର ଫ୍ରାନ୍ସର ରିଚାର୍ଡ ଗ୍ୟାସ୍‌କେଟ୍‌ଙ୍କୁ ୨୧ତମ ସିଡେଡ୍ ନେଦରଲାଣ୍ଡ୍‌ସର ବୋଟିକ୍ ଭାନ୍ ଡି ଜାଣ୍ଡସ୍କଲ୍ପ ୭-୫, ୨-୬, ୭-୬(୯/୭), ୬-୧ରେ ପରାସ୍ତ କରି ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

ଆହୁରି ଆମେରିକାର ଏକାଦଶ ସିଡେଡ୍ ଖେଳାଳି ଟେଲର୍ ଫିଜ୍ ସ୍ଲୋଭାକିଆର ଆଲେକ୍ସ ମୋଲ୍‌କାନ୍‌ଙ୍କୁ ୬-୧, ୬-୧, ୭-୬(୭/୩)ରେ ପରାସ୍ତ କରିଥିବା ବେଳେ ଊନବିଂଶ ସିଡେଡ୍ ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନୌର୍ ୱାଇଲ୍‌ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି ପାଇଥିବା ଇଂଲଣ୍ଡର ଲିଆମ୍ ବ୍ରୋଡିଙ୍କୁ ୬-୩,୬-୪,୭-୫ରେ ପରାସ୍ତ କରି ପ୍ରିକ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି । ସେହିପରି ଶୁକ୍ରବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସର ଏକ ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଇଟାଲୀର ଦଶମ ସିଡେଡ୍ ଜାନିକ୍ ସିନର୍ ବିଂଶତମ ସିଡେଡ୍ ଆମେରିକାର ଜନ୍ ଇସନରଙ୍କୁ ୬-୪,୭-୬(୭/୪), ୬-୩ରେ ହରାଇ ପରବର୍ତ୍ତୀ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ଆହୁରି ମହିଳା ସିଙ୍ଗଲ୍ସରେ ଶୁକ୍ରବାର ଲାଟଭିଆର ଦ୍ୱାଦଶ ସିଡ୍ ଖେଳାଳି ଜେଲେନା ଓଷ୍ଟାପେଙ୍କୋ ରୋମାନିଆର ଇରିନା-କାମେଲିଆ ବେଗୁଙ୍କୁ ୩-୬,୬-୧,୬-୧ରେ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking