27.1 C
Bhubaneswar
Thursday, April 25, 2024
Homeଓଡିଶାସ୍ୱାଧିନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ସ୍ୱାଧିନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ ଦଳ ତରଫରୁ ସ୍ୱାଧିନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି । ଗତକାଲି ସ୍ଥାନୀୟ ଶ୍ରୀ ବଳରାମଜୀଉ ମନ୍ଦିର ନିକଟରେ ଥିବା ବିପ୍ଲବୀ ସାରଙ୍ଗଧର ଦାସଙ୍କ ସ୍ମାରକୀ ନିକଟରେ ବଜରଙ୍ଗ କ୍ଲବ୍ ଏବଂ ସାରଙ୍ଗଧର ଦାସ ସ୍ମୃତି ସଂସଦ ତରଫରୁ ବିପ୍ଲବୀର ୬୪ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି ।
ଏହି ଅବସରରେ ଗଡଜାତ ଗାନ୍ଧୀଙ୍କ ଦେଶପ୍ରୀତି, ସ୍ୱାଭିମାନ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନର ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ସ୍ମୃତି ସଂସଦ ତରଫରୁ ସଭାପତି ଯୋଗେନ୍ଦ୍ର ନାଥ ତ୍ରିପାଠୀ, ପରିବେଶବିତ୍ ପ୍ରଦ୍ୟୁମ୍ନ ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ବାବୁଲି ସିଂ, ଅଖିଳ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ଜୟ ପ୍ରକାଶ ତ୍ରିପାଠୀ ଏବଂ ବଜରଙ୍ଗ କ୍ଲବ୍‌ର କର୍ମକର୍ତାବୃନ୍ଦ ଯୋଗଦାନ କରି ବିପ୍ଲବୀଙ୍କ ଜୟଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking