37.1 C
Bhubaneswar
Thursday, March 28, 2024
Homeଓଡିଶାସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳୁନି ସରକାରୀ ସୁବିଧା

ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳୁନି ସରକାରୀ ସୁବିଧା

 
ନବରଙ୍ଗପୁର : ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ  ଭାରତର ପରିଚୟ ରହିଛି । ଗୋଟିଏ ପଟେ ରହିଛି ଉଚ୍ଛୁଳା ଭାରତ ଓ ଅନ୍ୟପଟେ ରହିଛି ଉଜୁଡ଼ା ଭାରତ । ସ୍ୱାଧୀନତା ସଂଗ୍ରାମବେଳେ ଯେଉଁ ଦେଶରେ ପିନ୍ କଣ୍ଟାଟିଏ ଉତ୍ପାଦନ ହୋଇପାରୁନଥିଲା, ସେଇଦେଶ ଆଜି ବିଜ୍ଞାନ ଓ କାଗିଗରୀରେ ବିଶ୍ୱର ଏକ ଆଗଧାଡ଼ିର ଦେଶ । ବହୁ କଷ୍ଟ ନିର୍ଯାତନା ସହ ଯେଗୁଁ ସଂଗ୍ରାମୀମାନେ ଦେଶକୁ କଷ୍ଟସାଧ୍ୟ ସ୍ୱାଧୀନତା ଆଣିଥିଲେ, ସେଇମାନଙ୍କ ପରିବାର ଘୋର ଦୁର୍ଦ୍ଦିନରେ ଗତିକରୁଛନ୍ତି । ଅର୍ଥାତ୍ ସ୍ୱାଧୀନତା ସଂଗ୍ରାମୀ ଦାୟାଦ୍‌ମାନଙ୍କୁ ମିଳୁନି  କୌଣସି ସରକାରୀ ସୁବିଧା । ଦାୟାଦମାନଙ୍କୁ ମେଡିକାଲ ସୁବିଧା, ବସପାଶ୍‌, ଟ୍ରେନପାଶ ଆଦି ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ସରକାର କହିଥିଲେ । ମଧ୍ୟ ତାହା ଆଜିପର୍ଯ୍ୟନ୍ତ କାଯର୍ର‌୍ୟକାରୀ ହୋଇନି । ଏଭଳି ଏକ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ନଗ୍ନଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପାତ୍ରୀ ପଞ୍ଚାୟତରେ ।
ପାତ୍ରୀ ପଞ୍ଚାୟତର ମିରୁ ହରିଜନ ୧୯୪୨ରେ ଭାରତ ଛାତ୍ର ଆନ୍ଦୋଳନରେ ଭାଗ ନେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀଚନ୍ଦ୍ର ଦାସଙ୍କ ଭାଷଣରେ ଅନୁପ୍ରାଣିତ ହୋଇ  ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସଂଗ୍ରାମୀ ତାମ୍ରଫଳକ ମଧ୍ୟ ପାଇଥିଲେ । ପରବର୍ତ୍ତୀ  ଅବସ୍ଥାରେ୧୯୬୧ରୁ ୧୯୬୬ ପର୍ଯ୍ୟନ୍ତ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜିଲ୍ଲାର ଅନୁସୂଚିତ ଜାତି ପ୍ରଥମ ଓ ଶେଷ ଦଳିତ ବିଧାୟକ ଥିଲେ । ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେହିସମୟରେ ନବରଙ୍ଗପୁର ଜିଲ୍ଲାରୁ ବହୁ ହରିଜନ ଓ ଜଗନ୍ନାଥ ତ୍ରିପାଠୀ ବିଧାୟକ ଥିଲେ । ପରବର୍ତ୍ତୀ ଅବସ୍ଥାରେ ମିରୁ ହରିଜନଙ୍କୁ  ବିଧାୟକ ଓ ସଂଗ୍ରାମୀ ପେନସନ୍ ମିଳିଲା । ୧୯୮୯ରେ ମିରୁ ହରିଜନଙ୍କ ମୃତ୍ୟୁପରେ ତାଙ୍କ ସହଧର୍ମଣୀ କାଜଲ ଦେଇ ହରିଜନ ପାଇଲେ ପେନସନ୍ । ୨୦୧୦ରୁ କାଜଲ ଦେବୀଙ୍କ ମୃତ୍ୟୁ ପରେ ଦାୟାଦ୍‌ମାନଙ୍କୁ କୌଣସି ସରକାରୀ ସୁବିଧା ସୁଯୋଗ ମିଳୁନି ।
ମିରୁ ହରିଜନଙ୍କର ୨ଟି ପୁଅ ଓ ୪ଝିଅ ଥିଲେ । ସେମାନଙ୍କ ମଧ୍ୟରୁ ବଡ଼ପୁଅ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଯିବାରୁ ବର୍ତ୍ତମାନ ହୃଷିକେଶ ହରିଜନ ଚାଷବାଷ କରି ଜୀବିକା ନିର୍ବାହ କରୁଛନ୍ତି । ମୃତ ପ୍ରଫୁଲ୍ଲଙ୍କ ପୁଅ ସୁବାଷ ମଧ୍ୟ ଚାଷବାସ କରି ଚଳୁଛି । ସଂଗ୍ରାମୀ ମିରୁଙ୍କ ୪ଝିଅଙ୍କ ମଧ୍ୟରୁ ୩ଟି ଝିଅ ବିବାହିତ ଓ ଗୋଟିଏ ଝିଅ ମୃତ୍ୟୁବରଣ କରିଛନ୍ତି । ସଂଗ୍ରାମୀ ମିରୁ ହରିଜନଙ୍କ ପରିବାର ୭୦ବର୍ଷ ତଳେ ନିର୍ମାଣ କରାଯାଇଥିବା ପୁରୁଣା ଟିଣଛପର ଘରେ ବସବାସ କରୁଛନ୍ତି । ନାସେମାନଙ୍କୁ ମିଳିଛି କୌଣସି ସରକାରୀ ପ୍ରୋତ୍ସାହନ । ବିଲରେ ଖଟିଲେ ଖାଇବେ, ନହେଲେ ଉପାସ । ବହୁକଷ୍ଟ ସହ ସ୍ୱାଧୀନତା ଆଣିଦେଇଥିବା ସଂଗ୍ରାମୀ ପରିବାରର ଦାୟାଦମାନଙ୍କୁ ଉପଯୁକ୍ତ ଥଇଥାନ୍ ସହ ସରକାରୀ ସୁବିଧା ସୁଯୋଗମାନ ଯୋଗାଇଦେବାକୁ ସାଧାରଣରେ ଦାବିହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking