27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶମାଗଣା ରାସନ ଯୋଜନା ଅର୍ଥନୀତିକୁ ପ୍ରଭାବିତ କରିବ

ମାଗଣା ରାସନ ଯୋଜନା ଅର୍ଥନୀତିକୁ ପ୍ରଭାବିତ କରିବ

ନୂଆଦିଲ୍ଲୀ : ଯଦି କେନ୍ଦ୍ର ସରକାର ସେପ୍ଟେମ୍ବର ପରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି ରଖନ୍ତି କିମ୍ବା ଯଦି କୌଣସି ଟିକସ ଛାଡ଼ କରାଯାଏ ଏହା କେନ୍ଦ୍ରର ଆର୍ôଥକ ସ୍ୱାସ୍ଥ୍ୟଉପରେ ପ୍ରଭାବ ପକାଇବ ବୋଲି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ତରଫରୁ ସରକାରଙ୍କୁ ଏକ ଚିଠିରେ ଚେତାବନୀ ଦିଆଯାଇଛି । କରୋନା କାରଣରୁ ପ୍ରଥମ ଲକ୍‌ଡାଉନ୍ ସମୟରେ କେନ୍ଦ୍ର ସରକାର ୨୦୨୦ ମସିହାରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ଯାହାକୁ ପରେ ସରକାର କ୍ରମାଗତ ଭାବରେ ଏହି ଯୋଜନାକୁ ଚାଲୁ ରଖିଛନ୍ତି ।

ମାର୍ଚ୍ଚ ୨୦୨୨ରେ ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚଳିତ ଆର୍ôଥକ ବର୍ଷରେ ଖାଦ୍ୟ ସବ୍‌ସିଡି ପାଇଁ କେନ୍ଦ୍ର ୨.୦୭ ଟ୍ରିଲିୟନ ଟଙ୍କା ଆବଣ୍ଟନ କରିଥିବାବେଳେ ସେପ୍ଟେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରଣ ସବ୍‌ସିଡି ବିଲ୍ ପ୍ରାୟ ୨.୮୭ ଲକ୍ଷ କୋଟି ଟଙ୍କାକୁ ବଢ଼ିିପାରେ। ଏଥିସହିତ, ଯଦି ସରକାର ଏହି ଯୋଜନାକୁ ଆସନ୍ତା ୬ ମାସ ପାଇଁ ବୃଦ୍ଧି କରନ୍ତି, ତେବେ ଖାଦ୍ୟ ସବ୍‌ସିଡି ଉପରେ ୮୦୦୦୦ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ, ଯେଉଁଥିପାଇଁ ଖାଦ୍ୟ ସବ୍‌ସିଡି ବିଲ୍ ୨୦୨୨- ୨୩ଆର୍ôଥକ ବର୍ଷରେ ୩.୭ ଲକ୍ଷ କୋଟିରେ ପହଞ୍ଚିବ। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ସରକାରଙ୍କୁ ଏକ ଆଭ୍ୟନ୍ତରୀଣ ନୋଟ୍‌ରେ କହିଛି ଯେ ଅଧିକ ଟିକସ ହ୍ରାସ କିମ୍ବା ଖାଦ୍ୟ ସବ୍‌ସିଡିରେ ଅଧିକ ବିସ୍ତାର ଆର୍ôଥକ ନିଅଣ୍ଟ ଉପରେ ନକାରାତ୍ମକ ପ୍ରଭାବ ପକାଇବ ।

ବିଭାଗ ଦ୍ୱାରା ଏହା ସ୍ୱତନ୍ତ୍ର ଭାବରେ ଦର୍ଶାଯାଇଛି ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବିସ୍ତାର କରିବା ଆର୍ôଥକ କାରଣରୁ ଯଥାର୍ଥ ନୁହେଁ । ବିଭାଗର ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ ମାଗଣା ରାସନ, ସବ୍‌ସିଡିଯୁକ୍ତ ସାର, ଏଲପିଜି ଉପରେ ସବ୍‌ସିଡି ପୁନଃ ଆରମ୍ଭ କରିବା, ପେଟ୍ରୋଲ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବା ଏବଂ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପାଇଁ ସମ୍ପ୍ରତି ନିଷ୍ପତ୍ତି ହେତୁ ସରକାରଙ୍କ ଆର୍ôଥକ ସ୍ଥିତି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଛି । ନୋଟ୍‌ରେ କୁହାଯାଇଛି ଯେ ଗତ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ହେତୁ ସରକାରଙ୍କ ଆୟରେ ୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବ । ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ସରକାର ଆକଳନ କରିଛନ୍ତି ଯେ ଏଥର ଆର୍ôଥକ ନିଅଣ୍ଟ ମୋଟ ଜିଡିପିର ୬.୪ ପ୍ରତିଶତ ହୋଇପାରେ, ଆନ୍ତର୍ଜାତୀୟ ରେଟିଂ ଏଜେନ୍ସି ଫିଚ୍ କହିଛି ଯେ ଅଧିକ ସବ୍‌ସିଡି ଏବଂ ଟିକସ ହ୍ରାସ ହେତୁ ଏହା ୬.୮ ପ୍ରତିଶତରେ ମଧ୍ୟ ପହଞ୍ଚିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking