43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଟୀକାକରଣ ବଦଳରେ ରେଷ୍ଟୁରାଣ୍ଟରେ ମାଗଣା ଖାଦ୍ୟ, ବିୟର-ମଦ ଏବଂ କଏନ ମଧ୍ୟ ଦିଆଯାଉଛି, ବିବାହ ଆଲବମରେ...

ଟୀକାକରଣ ବଦଳରେ ରେଷ୍ଟୁରାଣ୍ଟରେ ମାଗଣା ଖାଦ୍ୟ, ବିୟର-ମଦ ଏବଂ କଏନ ମଧ୍ୟ ଦିଆଯାଉଛି, ବିବାହ ଆଲବମରେ ରିହାତି ସହିତ ଚାଇନାରେ ଚାକିରି ଛଡ଼ାଇବାର ଧମକ ମଧ୍ୟ ଦିଆଯାଉଛି

ନୂଆଦିଲ୍ଲୀ : ଭାରତ କରୋନାର ଦ୍ୱିତୀୟ ପ୍ରମୁଖ ଲହରର ସମ୍ମୁଖୀନ ହୋଇଛି ।  ବିଶ୍ୱରେ ଦେଶମାନଙ୍କର ସ୍ଥିତି ଭଲ ନାହିଁ । ବିଶେଷଜ୍ଞମାନେ ବର୍ତ୍ତମାନ ଟିକାକୁ ମହାମାରୀ ରୋକିବା ପାଇଁ ସବୁଠାରୁ ଶକ୍ତିଶାଳୀ ଉପାୟ ଭାବରେ ବିଚାର କରୁଛନ୍ତି କିନ୍ତୁ ଏହା ଉପରେ ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଥିବା ପରି ମନେହୁଏ ।
ଗୋଟିଏ ପଟେ ଏପରି ଦେଶ ଅଛି ଯେଉଁମାନଙ୍କର କରୋନା ଟିକା ନାହିଁ, ଅନ୍ୟ ପଟେ ଏପରି ଦେଶ ଅଛି ଯେଉଁଠାରେ ଅନେକ ପ୍ରକାରର ଟିକା ଅଛି, କିନ୍ତୁ ସେଠାକାର ଲୋକମାନେ ସେଗୁଡିକ ନେବାକୁ ଅଧିକ ଆଗ୍ରହ ଦେଖାଉ ନାହାଁନ୍ତି ।
ଅନେକ ଦେଶରେ, ସରକାରୀ ଏବଂ ବେସରକାରୀ କମ୍ପାନୀଗୁଡିକ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି । ରେଷ୍ଟୁରାଣ୍ଟ ଗୁଡିକରେ ମାଗଣା ଖାଦ୍ୟ ଠାରୁ ଆରମ୍ଭ କରି ବିୟର ପାର୍ଲରରେ ମାଗଣା ବିୟର ଏବଂ ଶସ୍ତା ମଦ ଠାରୁ ବାରରେ କଏନ ପର‌୍ୟ୍ୟନ୍ତ ଅଫର୍ ଅନ୍ତର୍ଭୁକ୍ତ ।
ଚାଇନାରେ ଏକ ରଣନୀତି ଗ୍ରହଣ କରାଯାଉଛି ଯେଉଁଠାରେ ସରକାର ଏବଂ କମ୍ପାନୀମାନେ ଟିକା ନେବା ପାଇଁ ଅନେକ ପ୍ରକାରର ଅଫର ଦେଉଥିବାବେଳେ କେତେକ ସହରରେ ବାଧ୍ୟତାମୂଳକ ଟୀକାକରଣ ଆଦେଶ ଶୁଣିବାକୁ ମିଳିଛି ।  ଏଥି ସହିତ, ହେନାନ ପ୍ରଦେଶର ଏକ ସହରରେ ସ୍ଥାନୀୟ ସରକାର, ପିଲାମାନଙ୍କୁ ଟୀକାକରଣ ନକଲେ ସହ ଚେତାବନୀ ଦେବା ସହିତ ଶିକ୍ଷା ତଥା ଘରୁ ଛଡ଼ାଇ ନେବାକୁ ଧମକ ଦେଇଛନ୍ତି ।  ତେବେ ଆସନ୍ତୁ ଜାଣିବା ଦୁନିଆରେ ଟୀକାକରଣ ପାଇଁ କି ପ୍ରକାର ଅଫର ଦିଆଯାଉଛି ।
୧- ଆମେରିକାରେ ମ୍ୟାକଡୋନାଲ୍ଡାସ, ଏଟି ଆଣ୍ଡ ଟି, ଇନ୍ସାକର୍ଟ, ଟାର୍ଗେଟ, ଟ୍ରେଡର ଜୋସ ମୋବାନୀ ଭଳି କେତେକ ବୃହତ୍ କମ୍ପାନୀ ଗୁଡିକ କର୍ମଚାରୀ ମାନଙ୍କୁ ଟୀକାକରଣ ପାଇଁ ଛୁଟି ସହିତ କ୍ୟାସ ଦେବା ପାଇଁ ମଧ୍ୟ କହିଛନ୍ତି ।
୨- ଜଣଶୁଣା କମ୍ପାନୀ କ୍ରିପ୍ସି କ୍ରୀମ ଟୀକା ଲଗାଇବା ଲୋକ ମାନଙ୍କ ପାଇଁ ୨୦୨୧ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏକ ଡୋନଟ ମାଗଣାରେ ଦେବାକୁ ଘୋଷଣା କରିଛି । ଲୋକମାନଙ୍କୁ ଏବେ ମର୍ଡର୍ଣ୍ଣା, ଫାଇଜର, ଜନସନ ଆଣ୍ଡ୍ ଜନସନ ଟୀକା ଲଗାଇବାର କାଗଜ ଦେଖାଇବାକୁ ପଡିବ ।
୩- ଆମେରିକାର ଓହିୟାରେ ମାର୍କେଟ ଗାର୍ଡେନରେ ଟୀକାକାରଣ କରିଥିବା ଲୋକ ମାନଙ୍କୁ ୨୦୨୧ ସୁଦ୍ଧା ମାଗଣାରେ ବିୟର ଦେବା ପାଇଁ ଘୋଷଣା କରାଯାଇଛି । ମେଶିନଗନରେ ମେଡିକାଲ ମାରିଜୁଆନା ବା ଗଞ୍ଜେଇ ବିକ୍ରି କରୁଥିବା ଏକ କମ୍ପାନୀ ବୟସ୍କ୍ ମାନଙ୍କୁ ପ୍ରି-ରୋଲ୍ଡ ଜଏଣ୍ଟର ଉପଲବ୍ଧ କରାଇବାକୁ ଘୋଷଣା କରୁଛି ।
୪- ଏସିଆ, ନର୍ଥ ଆମେରିକା ଓ ୟୁରୋପ ଠାରେ କ୍ୟାବ ଆପ ଉବେର , ଭାରତ ସମେତ ଏସିଆ, ଉତ୍ତରୀ ଆମେରିକା ଓ ୟୁରୋପ ରେ ଟୀକାକରଣ ସେଣ୍ଟରକୁ ଯିବା-ଆସିବା ପାଇଁ ଅକ୍ଷମ ଲୋକ ମାନଙ୍କ ପାଇଁ ଏକ କୋଟି ପ୍ରି ରାଇଡ୍ସ ଦେଉଛି ।
୫- ଚୀନର ବେଜିଂ ଠାରେ ଟୀକାକରଣ ସେଣ୍ଟର ମ୍ୟାକଡୋନାଲ୍ଡାସ, ଟୀକାକରଣ କରାଉଥିବା ଲୋକ ମାନଙ୍କୁ ଫ୍ରିରେ ଆଇସକ୍ରିମ ଦେଉଛି ।
୬-ଇଜରାଇଲରେ କେତେକ ବାର ଓ ରେଷ୍ଟୁରାଣ୍ଟରେ ଟୀକାକରଣର ପ୍ରଥମ ଡୋଜ ଲଗାଉଥିବା ଲୋକ ମାନଙ୍କୁ ମାଗଣାରେ ଖାଇବା ଓ ମୃଦ୍ୟୁ ପାନୀୟ ଯୋଗାଇବା ପାଇଁ ଘୋଷଣା କରିଛି ।
୭- ଆମେରିକାର ୫ ମିଡୱେଶ୍ଟର୍ଣ୍ଣ ରାଜ୍ୟ ଆୟୋବା, ମିସୋରୀ, ବିକା୍ସସ୍ନିନ, ମିନୋସେଟା, ଟେନେସି ଭଳି ବାର ଗୁଡିକରେ ଟୀକାକରଣ କରାଇଥିବା ଲୋକ ମାନଙ୍କୁ ୫ ଡଲାର ଦିଆଯାଉଛି ।
୮-ପୁରୁଣା ଦିଲ୍ଲୀ ଓ କର୍ଣ୍ଣାଟ ପ୍ଲେସର କେତେକ ରେଷ୍ଟୁରାଣ୍ଟରେ ଓ ହୋଟେଲରେ ଟୀକା ଲାଗାଇଲେ ଖାଇବାରେ ୨୫ରୁ ୩୦ ପ୍ରତିଶତ ରିହାତି ମିଳିବ ।

୯-ଚୀନର ଉତ୍ତରୀ ଗ୍ରାମରେ ସେଠାକାର ସ୍ଥାନୀୟ ସରକାର ୨୦ ପାରାଗ୍ରାଫର କବିତା ପ୍ରକାଶ କରିଛନ୍ତି । ଯେଉଁଥିରେ କୋରନା ଟୀକାକରଣ ବିଷୟରେ ଲେଖାଯାଇଛି । ହୋନନ ସହରରେ ଅଧିକାରୀ ମାନଙ୍କୁ ଟୀକାକରଣ ନକଲେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଓ ରୋଜଗାର ଓ ଘର ଉପରେ ବିପଦ ପଡିପାରେ ବୋଲି ଚେତାବନୀ ଦେଇଛନ୍ତି ।
୧୦- ଦକ୍ଷିଣ ପଶ୍ଚିମ ଚୀନର ରୁଇଲୀ ସହରରେ ଗତ ସପ୍ତାହରେ କୋରନାର କିଛି ମାମଲା ସାମନାକୁ ଆସିବା ପରେ ସମସ୍ତଙ୍କୁ ଟୀକାକରଣ କରିବକୁ ଆଦେଶ ଦିଆଯାଇଛି ।
୧୧-ବିଶ୍ୱରେ ଟୀକାକରଣ ହାର ବହୁତ କମ୍, ଏପର‌୍ୟ୍ୟନ୍ତ ପ୍ରତି ୧୦୦ ଜଣଙ୍କ ପାଇଁ ୯ ଟି ଡୋଜଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking