27.1 C
Bhubaneswar
Thursday, April 25, 2024
Homeଅପରାଧସେଟଅପ ବକ୍ସ ଡିଲରସିପ୍‌କୁ ନେଇ ୭୭ଲକ୍ଷ ଠକେଇ

ସେଟଅପ ବକ୍ସ ଡିଲରସିପ୍‌କୁ ନେଇ ୭୭ଲକ୍ଷ ଠକେଇ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଏକ ପ୍ରତିଷ୍ଠିତ ଟେଲିକମ କମ୍ପାନୀର ସେଟଅପ ବକ୍ସର ଡିଲରସିପ ନାଁରେ ହୋଇଛି ୭୭ ଲକ୍ଷର ଠକେଇ । ଏହି ମାମଲାରେ ୩ଜଣ ଆରୋପୀଙ୍କୁ ଗିରଫ କରାଯାଇଛି । ପୋଲିସ୍ ତାଙ୍କ ପାଖରୁ ଏକ ଲାପଟପ ସହ କମ୍ପାନୀ ନାଁରେ ତିଆରି କରାଯାିଥିବା କାଗଜପ୍ତ୍ରକୁ ଜବତ କରିଛି । ଏଥିସହ ଅନ୍ୟ କିଛି ଆରୋପୀ ମଧ୍ୟ ଫେରାର ଅଛନ୍ତି । ଗତକାଲି ଏସଏସପି ଦିଲୀପ ସିଂ ଘଟଣାର ଖୁଲାସା କରି କହିଛନ୍ତି ଯେ , କଚନାଲଗାଜୀ ଅଞ୍ଚଳର ମନୋଜ ଜୈନ କୋଟୱାଲି ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ଅନୁଯାୟୀ , ରୁଦ୍ରପୁର ନିବାସୀ ରାଜେଶ ଝାମ ନାମକ ବ୍ୟକ୍ତି ୨୦ ଜୁଲାଇରେ ଏକ ବ୍ୟବସାୟିକ ଡିଲ କରିବା ପାଇଁ ତାଙ୍କୁ ରୁଦ୍ରପୁରର ଏକ ହୋଟେଲକୁ ଡକାଇଥିଲା । ସେଠାରେ ପୂର୍ବରୁ ଅଶ୍ୱନୀ କୁମାର , ସୁଜେନା ଶୁକ୍ଲା , ସ୍ୱାତୀ କାଣ୍ଡପାଲ, ନିଖିଲ ଗାନ୍ଧୀ , ବିବେକ ଶର୍ମା ଆଦି ଉପସ୍ଥିତ ଥିଲେ । ତେବେ ସମସ୍ତେ ମିଶି ଟେଲିକମ କମ୍ପାନୀର ଫ୍ରାଞ୍ଚାଇଜକୁ ନେଇ ପାଖାପାଖି ୬୭ ଲକ୍ଷ ଟଙ୍କା ଠକି ନେଇଥିଲେ ।
ତେବେ ଏହି ମାମଲାରେ ପାଟନାର ଅଶ୍ୱନୀ କୁମାର, ଗ୍ରେଟର ନୋଏଡ଼ାର ବିନୋଦ ରଏ,ଡେହରାଡୁନର ବିନୋଦ ସିଙ୍ଗଲକୁ ଗିରଫ କରାଯାଇଛି । ତେବେ ଏହି ଦୁଇ ଜଣ ଟେଲିକମ କମ୍ପାନୀର ସିଇଓ ପଦରେ ରହିଥିବା ସୂଚନା ମିଳିଛି । ନିଜର ଅଭିଜ୍ଞତାକୁ ଆଖିରେ ରଖି ଏହି ଗ୍ୟାଙ୍ଗ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking