28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକେଇ! ହ୍ଵାଟସ୍‌ଆପରେ ଫଟୋ ଲଗାଇ ସରକାରୀ ଅଧିକାରୀଙ୍କୁ ମାଗୁଥିଲେ...

ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକେଇ! ହ୍ଵାଟସ୍‌ଆପରେ ଫଟୋ ଲଗାଇ ସରକାରୀ ଅଧିକାରୀଙ୍କୁ ମାଗୁଥିଲେ ଟଙ୍କା

ନୂଆଦିଲ୍ଲୀ : ଦେଶର ବହୁଚର୍ଚ୍ଚିତ ଆଇଏଏସ୍‌ ତଥା ରାଜସ୍ଥାନ ଜୈସଲମେରର ଜିଲ୍ଲାପାଳ ଟିନା ଟାବିଙ୍କ ନାଁରେ ସାଇବର ଠକେଇ। ହ୍ଵାଟସ୍‌ଆପରେ ଟିନା ଡାବିଙ୍କ ଫଟୋ ଲଗାଇ ଗିଫ୍ଟ କାର୍ଡ ଜରିଆରେ ପଇସା ମାଗୁଥିଲା ଠକ। ରାଜ୍ୟ ସରକାରଙ୍କର ଜଣେ ମହିଳା ଅଧିକାରୀଙ୍କୁ ଏହି ପଇସା ମଗା ଯାଇଥିବା ବେଳେ ଅଧିକାରୀ ଜଣକ କିନ୍ତୁ ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ଠକେଇରୁ ବର୍ତ୍ତି ଯାଇଛନ୍ତି।

ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଡୁଙ୍ଗରପୁରରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ 8320082043 ହ୍ଵାଟସ୍‌ଆପ ନମ୍ବରରୁ UIT ସଚିବ (RAS) ସୁନିତା ଚୌଧୁରୀଙ୍କ ହ୍ଵାଟସ୍‌ଆପ ନମ୍ବରକୁ ଏକ ମେସେଜ ଆସିଥିଲା ଏବଂ ଏହି ମେସେଜ ଜରିଆରେ ତାଙ୍କୁ ଆମାଜନ ଗିଫ୍ଟ କାର୍ଡ ମଗା ଯାଇଥିଲା। 8320082043 ହ୍ଵାଟସ୍‌ଆପ ନମ୍ବରରେ ଟିନା ଡାବିଙ୍କ ଫଟୋ ଲଗା ଯାଇଥିଲା।

ଏ ବିଷୟରେ ସୁନିତା ଚୌଧୁରୀ କହିଛନ୍ତି ଯେ ତାଙ୍କ ପାଖକୁ ମେସେଜ ଆସିବା ପରେ ସେ ଭାବିଥିଲେ କି, କଲେକ୍ଟରଙ୍କର କୌଣସି କାମ ଥିବ। କିନ୍ତୁ ସୁନିତା ଆମାଜନ ବ୍ୟବହାର କରୁ ନ ଥିବାରୁ ଏହା କିଛି କାମ ଦେଇ ନ ଥିଲା। ଯେତେବେଳେ ସେ କଲେକ୍ଟରଙ୍କୁ କଲ୍‌ କରିଥିଲେ, ତ ଟିନା ଡାବି କୌଣସି ବି ମେସେଜ ପଠାଇ ନ ଥିବା କହିଥିଲେ। ଏହାପରେ ସୁନିତା ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ସେପଟେ କଲେକ୍ଟର ଟିନା ଡାବି ଲୋକଙ୍କୁ ଅପିଲ କରିଛନ୍ତି ଯେ ତାଙ୍କ ପାଖରେ ତାଙ୍କର ଗୋଟିଏ ହିଁ ନମ୍ବର ରହିଛି, ଯାହାକି ଅଫିସିଆଲ। ତେଣୁ ଲୋକେ ସାବଧାନ ରୁହନ୍ତୁ। କହି ରଖୁଛୁ, ଟିନା ଡାବି ସୋସିଆଲ ମିଡିଆ ସାଇଟ୍ସରେ ବହୁତ ଆକ୍ଟିଭ ଥାଆନ୍ତି। ଖାସ୍‌ କରି ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧.୬ ମିଲିୟନ୍ସ ଫଲୋୟର୍ସ ଅଛନ୍ତି।

ସୂଚନାଥାଉ କି, ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଇଏଏସ୍ ଟିନା ଡାବି ଓ ପ୍ରଦୀପ ଗଓ୍ଵାଣ୍ଡେ। ଟିନାଙ୍କର ଏହା ଥିଲା ଦ୍ୱିତୀୟ ବିବାହ। ସେପଟେ ତାଙ୍କ ପ୍ରଥମ ସ୍ୱାମୀ ତଥା ଆଇଏଏସ୍ ଅତହର ଅମିର ଖାନ ମଧ୍ୟ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେ ଡାକ୍ତର ମେହେରିନ୍ କାଜିଙ୍କୁ ବିବାହ କରିବେ। ଆଇଏଏସ୍ ଟିନା ଡାବିଙ୍କ ସହ ଛାଡ଼ପତ୍ର ପରେ ଅତହର ଅମିର ଖାନ ଦ୍ୱିତୀୟ ଥର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିର୍ବନ୍ଧ ପରେ ଇନଷ୍ଟାଗ୍ରାମରେ ନିଜ ଭାବୀ ପତ୍ନୀ ମେହେରିନ୍ କାଜିଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking