ଫ୍ରାନ୍ସରେ କରୋନା ସଂକ୍ରମଣ ରୋକିବାକୁ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶ ସମେତ ବିଶ୍ୱରେ ଏବେ ବି କରୋନା ଜନିତ ସଂକ୍ରମଣ ରହିଥିବା ବେଳେ ଫ୍ରାନ୍ସରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ରୋକିବାକୁ କର୍ଫ୍ୟୁ ଜାରି କରାଯାଇଛି । ପ୍ୟାରିସ ସମେତ ଏକାଧିକ ସହରରେ ପୁଣି ସଂକ୍ରମଣକୁ କର୍ଫ୍ୟୁ ଲଗାଯାଇଛି । ଆସନ୍ତା ଶନିବାରରୁ ୪ ସପ୍ତାହ ପାଇଁ କର୍ଫ୍ୟୁ ଲାଗୁ ନେଇ ରାଷ୍ଟ୍ରପତି ଘୋଷଣା କରିଛନ୍ତି ।
ପ୍ୟାରିସ ବ୍ୟତୀତ ସେଣ୍ଟ-ଇଟିଏନ୍, ଲିଲ୍, ଲିଅନ୍, ମାର୍ସେଲ, ଗ୍ରେନୋବଲ୍, ଟୁଲୁସ୍, ମଣ୍ଟପେଲିଅର୍ ଏବଂ ରୋଏନ୍ ରେ କର୍ଫ୍ୟୁ ଲାଗୁ କରାଯିବ। ଯେତେଦୂର ସମ୍ଭବ କରୋନା ସଂକ୍ରମଣ ହ୍ରାସ କରିବାକୁ ଚେଷ୍ଟା କରାଯିବ ବୋଲି ଫ୍ରାନ୍ସ ରୀଷ୍ଟ୍ରପତି କହିଛନ୍ତି । ଜର୍ମାନୀରେ କୁଳପତି ଆଞ୍ଜେଲା ମର୍କେଲ ସମାବେଶ ଉପରେ କଡା ପଦକ୍ଷେପ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here