26.1 C
Bhubaneswar
Friday, March 29, 2024
Homeସ୍ୱାସ୍ଥ୍ୟପୁରୁଷଙ୍କ ଖରାପ ସେକ୍ସୁଆଲ ହେଲଥର ୪ ସଂକେତ

ପୁରୁଷଙ୍କ ଖରାପ ସେକ୍ସୁଆଲ ହେଲଥର ୪ ସଂକେତ

ନୂଆଦିଲ୍ଲୀ: କଥା ଯେତେବେଳେ ପୁରୁଷଙ୍କ ସେକ୍ସ ସହ ଜଡିତ ସମସ୍ୟା ବିଷୟରେ ଆସେ ସେମାନେ ଡାକ୍ତରଙ୍କୁ ନିଜ ଅସୁବିଧା ବିଷୟରେ କହିବାକୁ କୁଣ୍ଠାବୋଧ କରନ୍ତି । ହେଲେ ଡାକ୍ତର ସର୍ବଦା ସେକ୍ସୁଆଲ ହେଲଥ କୁ ଗମ୍ଭୀରତାର ସହ ନେବାକୁ ପରାମର୍ଶ ଦିଅନ୍ତି । କାରଣ ଏହାର ସିଧା ସମ୍ବନ୍ଧ ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସହ ହୋଇଥାଏ ।
ଦୁର୍ବାଗ୍ୟବଶତଃ ଭାରତ ସମେତ ବିଶ୍ୱର ଅନେକ ଦେଶରେ ସେକ୍ସୁଆଲ ହେଲଥ ଉପରେ ଆଲୋଚନା ହୁଏ ନାହିଁ । ବିଶେଷଜ୍ଞ କୁହନ୍ତି, ଏହାର ଚିକିତ୍ସା ସେତେବେଲେ ସମ୍ଭବ ଯେତେବେଳେ ପୁରୁଷଙ୍କ ସେକ୍ସୁଆଲ ହେଲଥ ସମସ୍ୟା କୁ ସମୟ ପୂର୍ବରୁ ଡିଟେକ୍ଟ କରାଯିବ ।
ଜଣେ ଏଣ୍ଡ୍ରୋଲୋଜିଷ୍ଟ ସେକ୍ସୁଆଲ ସମ୍ବନ୍ଧୀୟ ରୋଗର ସନ୍ଧାନ କରି ତାର ଉନ୍ନତ ଚିକିତ୍ସା କରିପାରିବେ । ଏମ୍‌ଡ୍‌ରୋଲୋଜିଷ୍ଟ ଜମେ ଏମିତି କ୍ୱାଲିଫାଏଡ ୟୁରୋଲୋଜିଷ୍ଟ ହୋଇଥାନ୍ତି, ଯିଏ ପୁରୁଷଙ୍କ ମଧ୍ୟରେ ଇନଫର୍ଟିଲିଟି ଓ ସେକ୍ସୁଆଲ ହେଲଥ ସହ ଜଡିତ ଗମ୍ଭୀରତାକୁ ବୁଝିପାରନ୍ତି । ଏକ୍ସପର୍ଟ କୁହନ୍ତି, ଯଦି ଜଣେ ବ୍ୟକ୍ତିକୁ
ସେକ୍ସୁଆଲ ହେଲଥ ସହ ଜଡିତ ୪ ପ୍ରକାର ସମସ୍ୟା ଅନୁଭବ କରନ୍ତି ତେବେ ତାଙ୍କୁ ତୁରନ୍ତ ଏଣ୍ଡ୍ରୋଲୋଜିଷ୍ଟ ସହ ସଂପର୍କ କରିବା ଦରକାର ।
ଶୀଘ୍ରପତନ: ଯଦି ସେକ୍ସୁଆଲ ଆକ୍ଟିଭିଟି ପରେ ଆପଣଙ୍କ ଶୀଘ୍ରପତନ ହେଉଛି ତେବେ ଆପଣ ପ୍ରିମ୍ୟାଚ୍ୟୁରୋ ଏଜକୁଲେସନ ରେ ପିଡୀତ ଥାଇପାରନ୍ତି । ଏହି ସମସ୍ୟା ଅନେକ ସମୟରେ କମ ବୟସ ର ଯବାନଙ୍କ ନିକଟରେ ଦେଖାଦିଏ । ତେବେ ଏହି ସମସ୍ୟା କୌଣସି ବୟସରେ ବି ଦେଖାଦିଏ । ୟୁରୋ ଏଣ୍ଡ୍ରୋଲୋଜି,୍‌ଟ କୁହନ୍ତି ପ୍ରିମ୍ୟାଚ୍ୟେର ଏଜାକୁଲେସନ ଅଧିକ ବୟସର ବ୍ୟକ୍ତିଙ୍କ ନିକଟରେ ହରେକ୍ଟାଇଲ ଡିସଫଙ୍କସନର  ସଂକେତ ବି ହୋଇପାରେ । ଏହା ଲୋକଙ୍କ ନିକଟରେ ଏନଜାଇଟି ଡିସଅର୍ଡରର ସଂକେତ ଦେଇଥାଏ ।

ସେକ୍ସୁଆଲ ଡିଜାୟାରରେ ଅନିଚ୍ଛା-  ଏହାର ଅର୍ଥ ସେକ୍ସୁଆଲ ଡିଜାୟାର ରେ ଅନିଚ୍ଛା ପ୍ରକାଶ କରିବା ।  ଏହି ସମସ୍ୟା ପୁରୁଷଙ୍କ ହର୍ମୋନ ଟେଷ୍ଟୋଷ୍ଟେରାନ ସ୍ତରରେ ହ୍ରାସ ସହ ଜଡିତ ଥାଏ । ଏହାର ସମ୍ବନ୍ଧ ଆମ ସେକ୍ସ ଡ୍ରାଇଭ, ସ୍ପର୍ମ ପ୍ରଡକ୍ସନ, ମାଂସପେଶୀ, କେଶ ଓ ହାଡ ସହ ଜଡିତ ଥାଏ । ଏହା ମନୁଷ୍ୟର ବଡି ଓ ମୁଡକୁ ପ୍ରଭାବିତ କରେ ।
ଇନଫର୍ଟିଲିଟି- ଇନଫର୍ଟିଲିଟିରେ ମେଲ୍ ଫ୍ୟାକ୍ଟର ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ରହିଥାଏ । ଗର୍ଭଧାରଣ କରାଇବାରେ ଅଯୋଗ୍ୟ ରହିବାରର ଅନେକ ପ୍ରମୁଖ କାରଣ ହୋଇପାରେ । ଅସନ୍ତୁଳିତ ହରମୋନ, ଭେରିକୋସେଲ ଓ ସେକ୍ସୁଆଲ ଡିସଫଙ୍କସ ସମେତ ଅନେକ କାରଣ ପାଇଁ ପୁରୁଷ ଇନଫର୍ଟିଲିଟିର ଶିକାର ହୋଇପାରନ୍ତି ।
ହରେକ୍ଟାଇଲ ଡିସଫଙ୍କସ- ଯଦି ଆପଣ ଇରେକ୍ସନ  ପ୍ରାପ୍ତ କରିବା କିମ୍ବା ତାକୁ ସନ୍ତୁଳିତ କରି ରଖିବାରେ କଠିନତା ଆସେ ଯାହା ଶାରୀରିକ ସମ୍ବନ୍ଧ ସ୍ଥାପିତ କରିବା ପାଇଁ ଜରୁରୀ, ତେବେ ଆପଣ ହରେକ୍ଟାଇଲ ଡିସଫଙ୍କସରେ ପିଡୀତ ହୋଇପାରନ୍ତି । ଏହି ସମସ୍ୟା ସେତେବେଳେ ହୋଇଥାଏ, ଯେବେ ଜଣେ ବ୍ୟକ୍ତି ର ଗୁପ୍ତାଙ୍ଗ ଯାଏଁ ସଠିକ ଭାବରେ ରକ୍ତ ସଂଚାଳନ ହୋଇନଥାଏ ।
ଅନେକ କ୍ଷେତ୍ରରେ ଏହି ସମସ୍ୟା ଫିଜିକାଲ କଣ୍ଡିସନ, ଭସ୍କ୍ୟୁଲାର ଡିଜିଜ, ଥାଇରଏଡ, ଡାଇବେଟିସ ଓ ହାଇପରଟେନସନ ସହ ଜଡିତ ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking