ଏପ୍ରିଲ ୧ରୁ ଦେଶ ପାଇବ ୪ଟି ନୂଆ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଆସନ୍ତା ଏପଲ୍ରି ୧ ରୁ ବ୍ୟାକିଂ ସେକ୍ଟରରେ ହେବାକୁ ଯାଉଛି ଏକ ବଡ ପରିବର୍ତନ । ଏହି ପରିବର୍ତନ ଫଳରେ ଦେଶକୁ ମିଳିବ ୪ଟି ନୂଆ ସରକାରୀ ବ୍ୟାଙ୍କ । ଏହା ଉପରେ ମୋଦି ସରକାର ମୋହର ମାରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ୧୦ଟି ସରକାରୀ ବ୍ୟାଙ୍କର ମିଶ୍ରଣ କରି ୪ଟି ବଡ ବ୍ୟାଙ୍କ କରିବାକୁ ସରକାର ଘୋଷଣା କରିଥିଲେ । ଏହି ପରିପ୍ର୍ରେକ୍ଷୀରେ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ ର ମିଶ୍ରଣ ପଂଜାବ ନ୍ୟାସନାଲ ବ୍ୟାଙ୍କ ସହ, ସିଣ୍ଡିକେଟ ବ୍ୟାଙ୍କକୁ କାନାଡା ବ୍ୟାଙ୍କ ସହ, ଆଲ୍‌ହାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହ ଓ ଆନ୍ଧ୍ର ବ୍ୟାଙ୍କ କର୍ପୋରେସନ ବ୍ୟାଙ୍କକୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ରହିଛି । ଏବେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ତେବେ ଏହି ବ୍ୟାଙ୍କର ନାମ ଓ ଲୋଗୋରେ ପରିବର୍ତନ ନେଇ କୌଣସି ସ୍ପଷ୍ଟ ସୂଚନା ମିଳନାହିଁ ।