37.2 C
Bhubaneswar
Friday, April 19, 2024
Homeଓଡିଶାମଦ ମାଫିଆଙ୍କ ଭୟରେ ଗାଁ ଛାଡିଲେ ୪ ପରିବାର

ମଦ ମାଫିଆଙ୍କ ଭୟରେ ଗାଁ ଛାଡିଲେ ୪ ପରିବାର

କେନ୍ଦୁଝର :କେନ୍ଦୁଝର ମଦ ମାଫିଆଙ୍କ ଭୟରେ ଗାଁ ଛାଡିଲେ ୪ ଗରିବ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପଡାଙ୍ଗ ଗାଁରେ ।ପଡାଙ୍ଗ ଗାଁର ମଦମାଫିଆ ଗୁରୁପ୍ରସାଦ ସାହୁ,ସନା ସାହୁ ଓ ପ୍ରମୋଦ ସାହୁଙ୍କ ପରିବାର ଚୋରା ଦେଶିମଦ କାରବାର କରୁଥିବା ବେଳେ ସଂପୃକ୍ତ ପରିବାରର ମଦ ବେପାରକୁ ବିରୋଧ କରିବା ସହ ତାଙ୍କ କଥା ନମାନିବାରୁ ଏହି ୪ ପରିବାର ଉପରେ ବାରମ୍ବାର ଆକ୍ରମଣ ଓ ଅତ୍ୟାଚାର ହୋଇଆସୁଥିଲା । ପରିବାରର ଯମୁନା ପେଣ୍ଠେଇ ମହିଳା ସଦସ୍ୟଙ୍କୁ ବେକରେ ଭୁଜାଲି ଲଗାଇ ମହିଳାଙ୍କ ପୁଅକୁ ମାଡମାରିବା ସହ ତାଙ୍କ ସ୍ବାମିଙ୍କୁ ଜଙ୍ଗଲକୁ ନେଇ ମାରି ଦେବା ପାଇଁ ଉଦ୍ୟମ କରାଯାଇଥିଲା । ଗତ ସେପ୍ଟେମ୍ବର ମାସ ୫ ତାରିଖରେ ଏନେଇ ତେଲକୋଇ ଥାନାରେ ୪ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ପୁଲିସ ପକ୍ଷରୁ ଉଚିତ ନ୍ୟାୟ ମିଳି ପାରି ନଥିଲା । ଥାନାରେ କାହିଁକି ଅଭିଯୋଗ କରାଗଲା ବୋଲି ମାଫିଆ ମାନେ ଗୁଣ୍ଡା ଲଗାଇ ଘରର ଆସବାବପତ୍ର ସହ ସାଇକେଲ ଓ ୧୦ ଛେଳି ଜୋର ଜବରଦସ୍ତ ନେଇ ଯାଇଥିଲେ ।ଏବଂ ଘରର ଜଣେ ଗର୍ଭବତୀ ମହିଳା ଙ୍କ ପେଟରେ ଗୋଇଠା ମଧ୍ୟ ମାରିଥିଲେ । ଗାଁରୁ ପଳାଇଯାଅ ନହେଲେ ଶୋଇଥିବା ସମୟରେ ଘରେ ନିଆଁ ଲଗାଇ ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ଧମକ ଦେବାପରେ ୪ ଗରୀବ ଦିନ ମଜୁରିଆ ପରିବାରର ସମସ୍ତ ସଦସ୍ୟ ରାତାରାତି ଜୀବନ ଭୟରେ ଘରଛାଡି ପଳେଇ ଯାଇଥିଲେ ।ଶୀତ ଦିନରେ ପିଲାଛୁଆଙ୍କୁ ଧରି ବାର ଦୁଆର ଶୁଣ୍ଢି ପିଣ୍ଡା ହୋଇ ବୁଲୁଛନ୍ତି ।କେତେବେଳେ ଗଛମୂଳରେତ ଆଉ କେତେବେଳେ କାହା ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ପିଡିତ ପରିବାର । ନିଯାଁତନାର ଶିକାର ହୋଇ ଘରଛାଡି ତିନି ମାସ ହେବ ଗାଁକୁ ଗାଁ ବୁଲୁଛନ୍ତି ୪ ପିଡିତ ପରିବାର । ଏନେଇ କେନ୍ଦୁଝର ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୈଣସି ସୁଫଳ ମିଳିପାରି ନଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking