27.1 C
Bhubaneswar
Friday, March 29, 2024
Homeଅପରାଧକରୋନା ମୃତକଙ୍କ ସୁନାମାଳି ଚୋରି କରି ୪ ଗିରଫ 

କରୋନା ମୃତକଙ୍କ ସୁନାମାଳି ଚୋରି କରି ୪ ଗିରଫ 

ଝାରସୁଗୁଡା : ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ୍‌ରେ ପ୍ରାଣ ହରାଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତଦେହରୁ ସୁନା ମାଳି ଚୋରି ଅଭିଯୋଗରେ ପୁଲିସ ଚାରି ଜଣକୁ ଗିରଫ କରିଛି । ଚୋରଙ୍କଠାରୁ ପୁଲିସ ସୁନା ମାଳି ଉଦ୍ଧାର କରିବାରେ ମଧ୍ୟ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହସ୍ପିଟାଲରେ ସୁଇପର ଥିବା ଠେଲକୋଲି ବାବୁଖିଣ୍ଡାର ଜୁଗୁନୁ ବାଗ, ଓସଏସ୍‌?ଏପିଠାରେ ରହୁଥିବା ତା?ର୍ଜନ ସୁନା, ମଙ୍ଗଲବଜାରର ରୋହିତ୍ ସନ୍ଧ୍ରିଆ ଏବଂ ସୁନାମାଲି କିଣିଥିବା ମଙ୍ଗଲବଜାରର କମଲ ସୁନା ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ଗତ ଏପ୍ରିଲ ୩୦ ତାରିଖ ଦିନ ଲଖନପୁର ଅଞ୍ଚଳର ଜଣେ କରୋନା ସଂକ୍ରମିତଙ୍କ ଝାରସୁଗୁଡ଼ା କୋଭିଡ୍ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତି ତାଙ୍କୁ କିଛି କର୍ମଚାରୀଙ୍କ ପ୍ରତି ସନ୍ଦେହ ହେଉଥିବା କହିଥିଲେ । ସେମାନେ ସେ ପିନ୍ଧିଥିବା ସୁନାମାଳି ଉପରେ ନଜର ପକାଇ ତାକୁ ନେଇ ଯିବାକୁ ଉଦ୍ୟମ କରୁଥିବା ସଂପର୍କରେ ସେ ତାଙ୍କ ପୁଅକୁ ସୂଚନା ମଧ୍ୟ ଦେଇଥିଲେ । ମୃତ୍ୟୁ ପରେ ତାଙ୍କ ସୁନାମାଳି, ମୋବାଇଲ ଓ କିଛି ଟଙ୍କା ମିଳି ନଥିଲା । ଏ ନେଇ ତାଙ୍କ ପୁଅ ପ୍ରଶାନ୍ତ ବିଶ୍ୱାଳ ଅଭିଯୋଗ କରିଥିଲେ । ସୁନା ମାଳି ପାଇଁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ଚିକିତ୍ସାରେ କୌଣସି ତ୍ରୁଟି ନଥିଲା ବୋଲି ଜିଲ୍ଲାପାଳ ପୂର୍ବରୁ ଟୁଇଟ୍‌କରି ଜଣାଇଥିବା ବେଳେ ସୁନାମାଳି ଚୋରିର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଏ ନେଇ ସେଠାରେ କାମ କରୁଥିବା ୩ ସୁଇପରଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲେ । ୩/୪ ଦିନ ପୁଲିସକୁ ବିଭ୍ରାନ୍ତ କରିଥିବା ଏହି ଅଭିଯୁକ୍ତମାନେ ଶେଷରେ ସୁନାମାଳି ଚୋରି କରିଥିବା ସ୍ୱୀକାର କରିଥିଲେ । ସୁଇପର ଥିବା ଠେଲକୋଲି ବାବୁଖିଣ୍ଡାର ଜୁଗୁନୁ ବାଗ, ଓସଏସ୍‌ଏପିଠାରେ ରହୁଥିବା ତାର ଜନ ସୁନା, ମଙ୍ଗଲବଜାରର ରୋହିତ୍ ସନ୍ଧ୍ରିଆ ସେଦିନ ମୃତକଙ୍କ ବେକରୁ ସୁନା ମାଳି ଲୁଟି ନେଇଥିଲେ । ୁ ମଙ୍ଗଲବଜାରଠାରେ କମଲ ସୁନାକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ । କମଲ ଏହି ସୁନାକୁ ନେଇ ମଣପୁରମ ଗୋଲଡ୍ ନାମକ ଏକ ସଂସ୍ଥାରେ ୩୮ ହଜାର ଟଙ୍କାରେ ବନ୍ଧକ ରଖିଥିଲା । ପୁଲିସ ୧୩.୮ ଗ୍ରାମର ସୁନା ମାଳିକୁ ଜବତ କରି ଉପରୋକ୍ତ ତିନି ଜଣଙ୍କୁ ଗିରଫ କରିଥିବା ଆଇଆଇସି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking