26.1 C
Bhubaneswar
Friday, March 29, 2024
Homeଓଡିଶାବରଗଡ଼ର ୪୨ଜଣ ଛାତ୍ରଛାତ୍ରୀ ଫସିଛନ୍ତିି ନଏଡା ଗୁରୁକୂଳ ଆଶ୍ରମରେ

ବରଗଡ଼ର ୪୨ଜଣ ଛାତ୍ରଛାତ୍ରୀ ଫସିଛନ୍ତିି ନଏଡା ଗୁରୁକୂଳ ଆଶ୍ରମରେ

ଭୁବନେଶ୍ୱର : ସାରା ଦେଶରେ ଏବେ କରୋନା ମହାମାରୀ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଚାଲିଥିବାବେଳେ ବରଗଡ଼ ଜିଲ୍ଲାର ବହୁ ଶ୍ରମିକ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସାହାଯ୍ୟରେ ବିଭିନ୍ନ ସ୍ଥାନରୁ ପ୍ରବାସୀ ଓଡ଼ିଆଙ୍କୁ ଅଣାଯାଉଥିବାବେଳେ ଏଯାଏଁ ଫସିଛନ୍ତି ନଏଡା ଗୁରୁକୂଳ ଆଶ୍ରମରେ ୪୨ଜଣ ଛାତ୍ରଛାତ୍ରୀ । ସେମାନଙ୍କୁ ଫେରାଇ ଆଣିବା ପାଇଁ ପରିବାରବର୍ଗ ଜିଲ୍ଲାପ୍ରଶାସନର ସହଯୋଗ ଆଶାରେ ଥିଲାବେଳେ ସମାଜସେବୀ ଦିବସ କୁମାର ସାହୁ ଏ ନେଇ ଉତ୍ତରପ୍ରଦେଶ ପୁଲିସ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ଏ ସମ୍ପର୍କରେ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମର ୪୨ଜଣ ଛାତ୍ରଛାତ୍ରୀ ନଏଡା ଗୁରୁକୂଳ ଆଶ୍ରମରେ ରହିଯାଇଛନ୍ତି । ଆଶ୍ରମରେ ଛୁଟି ଘୋଷଣା ହେବାପରେ ଏବେ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚିନ୍ତାରେ ପରିବାର ଲୋକ । ପଂଚାୟତ ଅଫିସରେ ନାମପଞିକରଣ କରିବା ପରେ କିପରି ଭାବରେ ଆସିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ବୟସ ୧୦ ରୁ ୧୬ ମଧ୍ୟରେ। ଆଣିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ପାଖରେ ଅଭିଯୋଗ କଲାପରେ ତାକୁ ଅଣଦେଖା କରୁଥିବା କହୁଛନ୍ତି ପରିବାର ଲୋକେ । କିପରି ଭାବରେ ଆଣିବେ ତାହା ରାଜ୍ୟସରକାର ଓ ବରଗଡ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ହେଲେ ସେହି ଗୁରୁକୁଲ ଆଶ୍ରମରେ ଛୁଟି ଘୋଷଣା ହୋଇଥିବା ଯୋଗୁଁ ସେମାନେ ଫେରି ପାରୁ ନାହାଁନ୍ତି । ଏ ନେଇ ସମାଜସେବୀ ଦିବସ କୁମାର ସାହୁ ଉତ୍ତର ପ୍ରଦେଶ ପୋଲିସ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ କରି ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking