32.1 C
Bhubaneswar
Thursday, March 28, 2024
Homeଓଡିଶା‘‘ଜାତିଭିତ୍ତିକ ଜନଗଣନା’’ ଓ ‘‘୫୦ ପ୍ରତିଶତ ସଂରକ୍ଷଣ‘‘ ନେଇ ମୁଖମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

‘‘ଜାତିଭିତ୍ତିକ ଜନଗଣନା’’ ଓ ‘‘୫୦ ପ୍ରତିଶତ ସଂରକ୍ଷଣ‘‘ ନେଇ ମୁଖମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ଜାତିଭିତ୍ତିକ ଜନଗଣନା’’ ଓ ‘‘୫୦ ପ୍ରତିଶତ ସଂରକ୍ଷଣ’’କୁ ବଢାଇବା ପାଇଁ ଆପଣ କେନ୍ଦ୍ରସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦେଶର ଅଧିକାଂଶ ରାଜନୈତିକ ଦଳ ଓ ରାଜ୍ୟ ସରକାରମାନେ ମଧ୍ୟ କେନ୍ଦ୍ରସରକାରଙ୍କ ନିକଟରେ ଏ ସମ୍ପର୍କରେ ନିଜର ଦୃଢ ଯୁକ୍ତି ଉପସ୍ଥାପନ କରୁଛନ୍ତି । ଓଡିଶା ଜନସଂଖ୍ୟାର ୯୪ ପ୍ରତିଶତ ଲୋକ ଆଦିବାସୀ-ଦଳିତ ଓ ପଛୁଆବର୍ଗର । ଯାହା ୧୯୩୧ ମସିହାର ଜାତିଭିତ୍ତିକ ଜନଗଣନାରୁ ସ୍ପଷ୍ଟ । ସାମାଜିକ ଓ ଆର୍ଥିକ ନ୍ୟାୟରୁ ଯେଉଁ ଜାତିର ଲୋକେ ବଂଚିତ ଅଛନ୍ତି ଓ ସେମାନଙ୍କୁ କିପରି ସମାଜର ଅନ୍ୟମାନଙ୍କ ସ୍ତରକୁ ଅଣାଯାଇ ପାରିବ ଜାତିଭିତ୍ତିକ ଜନଗଣନା ଏ ଦିଗରେ ଏକ ବଡ଼ ସହାୟକ ହେବ । କେନ୍ଦ୍ରସରକାର ଜାତିଭିଭିକ ଜନଗଣନାକୁ ନ କରିବାର ନିଷ୍ପତ୍ତି ନେଇଛନ୍ତି । ଏପରିକି ୟୁପିଏ ସରକାରଙ୍କ ସମୟରେ ଜାତି ଓ ଆର୍ଥିକ ସ୍ଥିତି ସମ୍ପର୍କୀୟ ଜନଗଣନାର ରିପୋର୍ଟକୁ ମଧ୍ୟ ବର୍ତ୍ତମାନର କେନ୍ଦ୍ରସରକାର ପ୍ରକାଶ କରୁନାହାନ୍ତି । ଏ ନିଷ୍ପତ୍ତିକୁ କିନ୍ତୁ କେନ୍ଦ୍ରସରକାରଙ୍କୁ ବଦଳାଇବାକୁ ପଡ଼ିବ ।

‘‘ ଜାଭିଭିତ୍ତିକ ଜନଗଣନା’ ଓ ‘‘ ସଂରକ୍ଷଣ ୫୦ ପ୍ରତିଶତ’ରୁ ଉର୍ଦ୍ଧ୍ୱ ପାଇଁ ଆସନ୍ତା ବିଧାନସଭା ଅଧ୍ଵବେଶନରେ ଏକ ପ୍ରସ୍ତାବ ଗ୍ରହଣ କରାନ୍ତୁ । ମୋର ବିଶ୍ଵାସ ଏହି ପ୍ରସ୍ତାବ ବିଧାନସଭାରେ ସର୍ବ ସମ୍ମତରେ ଗ୍ରହଣ ହେବ । ପ୍ରସ୍ତାବ ପାରିତ ହେବା ପରେ ଏକ ସର୍ବଦଳୀୟ ପ୍ରତିନିଧ୍ଵ ମଣ୍ଡଳ ଆପଣଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ । ଏହା ଦ୍ଵାରା ଆପଣଙ୍କର ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ସ୍ପଷ୍ଟ ହେବା ସଙ୍ଗେ ସଙ୍ଗେ ସଂରକ୍ଷଣରୁ ବଞ୍ଚିତ ସମାଜର ଅତ୍ୟନ୍ତ ଗରିବ ଲୋକଙ୍କୁ ନ୍ୟାୟ ମିଳିପାରନ୍ତା । ଶିକ୍ଷା କ୍ଷେତ୍ରରେ ତୁରନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁକରାନ୍ତୁ ।

ଅନ୍ୟବର୍ଗର ଆର୍ଥିକ ଅନଗ୍ରସର(ଇଡବ୍ଲ୍ୟୁଏସ୍)ଙ୍କ ପାଇଁ ୧୦ ପ୍ରତିଶତ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯିବା ପରେ ୫୦ ପ୍ରତିଶତ ୬୦ ପ୍ରତିଶତ ହୋଇସାରିଛି । କେବଳ ପଛୁଆବର୍ଗଙ୍କ ପାଇଁ ଏହି ସଂରକ୍ଷଣ କାହିଁକି ୫୦ ପ୍ରତିଶତରେ ସୀମିତ ରଖାଯିବ ? ଆମ ରାଜ୍ୟର ଅନୁସୁଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ୩୯ ପ୍ରତିଶତ ଯାହା ଜାତୀୟ ସ୍ତରରେ ୨୨ ପ୍ରତିଶତ । ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ରାଜ୍ୟର ପଛୁଆବର୍ଗ ୨୭% ସଂରକ୍ଷଣ ପାଇବାରୁ ବହୁଦିନ ହେଲା ବଞ୍ଚିତ ରହିଛନ୍ତି । ଓଡ଼ିଶାର ଏହି ବସ୍ତୁସ୍ଥିତିକୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦୃଷ୍ଟିକୁ ନଆଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟର ୫୨ଭାଗ ପଛୁଆ ବର୍ଗଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ଗୁରୁତ୍ଵର ସହ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking