28.9 C
Bhubaneswar
Wednesday, April 17, 2024
Homeଦେଶ ବିଦେଶକଂଗ୍ରେସକୁ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ

କଂଗ୍ରେସକୁ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡିଲେ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ । ଏନେଇ କଂଗ୍ରସକୁ ଶକ୍ତ ଧକ୍କା ମିଳିଛି । ବରିଷ୍ଠ ନେତା ଆଜି ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିଜର ଇସ୍ତଫାପତ୍ର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଜି ମଧ୍ୟାହ୍ନରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ୍ ବିଜେପି ଆରପିଏନ ସିଂହଙ୍କୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ କୁଶୀନଗରର ପଡରୈନା ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା କରୁଛି । ବଡକଥା ହେଉଛି କଂଗ୍ରେସ ପକ୍ଷରୁ ଗତକାଲି ଷ୍ଟାର କ୍ୟାମ୍ପନର ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ ଆରପିଏନ ସିଂହଙ୍କ ନାଁ ନଥିଲା । ପୂର୍ବରୁ ମଧ୍ୟ ଶ୍ରୀ ସିଂହ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ଯଦି ସେ ବିଜେପିରେ ସାମିଲ ହେବେ ତେବେ ସେ ସ୍ୱାମୀଙ୍କ ବିରୋଧରେ ଲଢିବେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking