34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପରଲୋକରେ ୯୪ ବର୍ଷିୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମ

ପରଲୋକରେ ୯୪ ବର୍ଷିୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମ

ନୂଆଦିଲ୍ଲୀ: ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କର ଦେହାନ୍ତ ହୋଇଥିବା କଥା ତାଙ୍କ ନାତି କହିଛନ୍ତି। ମେ ୭ ତାରିଖରେ ୯୪ ବର୍ଷିୟ ସୁଖରାମଙ୍କୁ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) ଭର୍ତ୍ତି କରାଯାଇଥିଲା।  ସୁଖରାମଙ୍କର ଜନ୍ମ ୧୯୨୭ ମସିହା ଜୁଲାଇ ୨୭ ତାରିଖରେ। ସୁଖରାମଙ୍କର ନାତି ଆୟୁଷ ଶର୍ମା ଜଣେ ଅଭିନେତା ଏବଂ ସେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମନ୍‌ ଖାଁଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି। ମେ ୪ ତାରିଖ ଦିନ ମନାଲିରେ ‘ବ୍ରେନ୍‌ ଷ୍ଟ୍ରୋକ୍‌’ ହେବାରୁ ସୁଖରାମଙ୍କୁ ମଣ୍ଡୀସ୍ଥିତ ଆଞ୍ଚଳିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଯୋଗାଇ ଦେଇଥିବା ହେଲିକପ୍ଟର୍‌ ଯୋଗେ ନୂଆଦିଲ୍ଲୀସ୍ଥିତ ‘ଏମ୍‌ସ୍’କୁ ଅଣାଯାଇଥିଲା। ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ସୁଖରାମ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ହିମାଚଳ ପ୍ରଦେଶର ମଣ୍ଡୀ ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ସୁଖରାମ ୫ ଥର ବିଧାୟକ ଓ ୩ ଥର ଲୋକସଭା ସାଂସଦ ଭାବେ ବିଜୟ ହାସଲ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking