37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ ମୁଖାର୍ଜୀ

ପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ : ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ଅନ୍ତିମ ସଂସ୍କାର ସମାପ୍ତ ହୋଇଛି । ରାଜକୀୟ ସମ୍ମାନ ସହ ଲୋଧୀ ଶ୍ମଶାନ ଘାଟରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ପୁଅ ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନୀ ଦେଇଥିଲେ । କରୋନା ମହାମାରୀ ପାଇଁ ଉଭୟ ଅଭିଜିତ ଏବଂ ପରିବାର ଲୋକେ ପିପିଏ କିଟ୍ ପିନ୍ଧିଥିବାର ନଜର ଆସିଥିଲେ ।
ଏହା ପୂର୍ବରୁ ପ୍ରଣବଙ୍କ ପ୍ରାର୍ଥୀବ ଶରୀରକୁ ତାଙ୍କ ସରକାରୀ ବାସଭବନ ୧୦ ରାଜଜୀ ମାର୍ଗରେ ରଖାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଗତକାଲି ତାଙ୍କର ବିୟୋଗ ହୋଇଥିଲା । ଅଗଷ୍ଟ ୧୦ ତାରିଖରୁ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ବ୍ରେନ ସର୍ଜରୀ ପରେ ଭେଣ୍ଟିଲେଟରରେ ଥିଲେ ପ୍ରଣବ ମୁଖାର୍ଜୀ । ଏଥିସହିତ ତାଙ୍କର କରୋନା ରିପୋର୍ଟ ବି ପଜିଟିଭ୍ ଥିଲା । କରୋନାରେ ଆକ୍ରାନ୍ତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା ।

ତେବେ ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ପଦରେ ଥିଲେ । ୧୯୬୯ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ସେ ହୋଇଥିଲେ । ୧୯୬୯ରୁ ୨୦୦୨ ପର୍ଯ୍ୟନ୍ତ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୪- ୧୨ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୮୪ ରାଜ୍ୟସଭା ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୧ରୁ ୯୬ ପ୍ଲାନିଂ କମିଶନ ଉପାଧ୍ୟକ୍ଷ ଥିଲେ । ଏହାସହ ୨୦୦୬-୦୯, ୧୯୯୫-୯୬ ଦୁଇ ଥର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୪-୦୬ ପ୍ରତି ରକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯-୧୨, ୧୯୮୨-୮୪ ଦୁଇଥର ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ପ୍ରଣବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking