26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ନେଇ ପ୍ରଣବଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି । ଅଗଷ୍ଟ ୧୦ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ଏହାଛଡା ତାଙ୍କର ଏକ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । କଂଗ୍ରେସର ଜଣେ ଟାଣୁଆ, ଦକ୍ଷ ନେତା ଭାବରେ ସେ ବେଶ ଜଣାଶୁଣା ରହିଥିଲେ । ତାଙ୍କ ଅସୁସ୍ଥତାକୁ ବାରମ୍ବାର ଖବର ଆସୁଥିଲା । ଗତ କିଛି ଦିନ ତଳେ ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ମଧ୍ୟ ଖବର ଆସିଥିଲା । ହେଲେ ଆଜି ତାଙ୍କର ପରଲୋକ ଘଟିଛି । ଅସୁସ୍ଥ ହେବା ପରେ ସେ କୋମାରେ ରହିଥିଲେ । ତେବେ ଭାରତୀୟ ରାଜନୀତିରେ ପାଂଚ ଦଶନ୍ଧି ଧରି ପ୍ରଣବ ମୁଖାର୍ଜୀ ସକ୍ରିୟ ଥିଲେ । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ ପ୍ରଣବ ମୁଖାର୍ଜୀ । ଖାଲି ଏତିକି ନୁହେଁ, ଏକାଧିକ ଥର ଭାରତର ଅର୍ଥମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ ସେ । ଗତବର୍ଷ ଭାରତ ରତ୍ନ ସମ୍ମାନରେ ମଧ୍ୟ ଆଭୁଷିତ ହୋଇଥିଲେ ପ୍ରଣବ ମୁଖାର୍ଜୀ । ୧୯୩୫ ମସିହା ଡିସେମ୍ବର ୧୧ରେ ଜନ୍ମଲାଭ କରିଥିଲେ ପ୍ରଣବ ଦା’ । ୧୯୬୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଜନୀତିକୁ ଆସିଥିଲେ । ତାଙ୍କ ବିୟୋଗରେ ଏବେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking