27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ

ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ

ଭୁବନେଶ୍ୱର: ମୟୂରଭଞ୍ଜ ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କର ଆଜି ବାରିପଦା ସ୍ଥିତ ବାସଭବନରେ ହୃଦଘାତରେ ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ , ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ୨୦୦୯ରୁ ୨୦୧୪ ଯାଏ ବାରିପଦାର ବିଧାୟକ ଭାବେ କାର୍ଯ୍ୟ କରିଥିଲେ ବିମଳଲୋଚନ । ୧୯୩୬ ମସିହା ଅକ୍ଟୋବର ୧୧ତାରିଖରେ ଜନ୍ମଗ୍ରହଣ କରିଥିଲେ ବିମଳଲୋଚନ । ସମାଜସେବାରେ ସକ୍ରିୟ ଥିବା ବିମଳଲୋଚନ ବ୍ୟବସାୟରୁ ରାଜନେତା ହୋଇ ଶୁଳିଆପଦା ବ୍ଲକ୍ ଉପାଧ୍ୟକ୍ଷ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରେ ସେ ବିଧାୟକ ହୋଇଥିଲେ । ଏହା ବ୍ୟତୀତ ସେ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କ ସଭାପତି ମଧ୍ୟ ଥିଲେ ବିମଳଲୋଚନ ଦାସ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking