26.1 C
Bhubaneswar
Friday, March 29, 2024
Homeଓଡିଶାପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଭୁବନେଶ୍ୱର: ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝି ଗିରଫ ହୋଇଛନ୍ତି । ଆନନ୍ଦ ମାଝିଙ୍କୁ କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଥିବା ନେଇ ସୂଚନା ମିଳିଛି । ସେ ଗିରଫ ହୋଇଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି ପୋଲିସ ଡିଜି । ଅନୁଗୁଳ ବଇଣ୍ଡା ଅଂଚଳରୁ ତାଙ୍କୁ ଗରିଫ କରାଯାଇଛି ବୋଲି ଡିଜିପି କହିଛନ୍ତି । ସୂଚନାଯୋଗ୍ୟ ଆଜି ସକାଳେ ଆନନ୍ଦଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା । ସେ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମାଲରା ମୁଖ୍ୟ ଅଭିଯୁକ୍ତ ।  ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଜୁନ ୧୪ରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତାଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିଲା । ତାଙ୍କ ଫୋନ ବାରମ୍ବାର ସୁଇଚ ଅଫ୍ ଆସୁଥିଲା । ଆନନ୍ଦଙ୍କ ବ୍ୟତୀତ ଆଉ ୬ ଜଣ ଅଭିଯୁକ୍ତ ଏଥିରେ ସାମିଲ ଥିଲେ । କ୍ରାଇମବ୍ରାଂଚ ବର୍ତ୍ତମାନ ଏହି ଘଟଣାକୁ ବିଭିନ୍ନ କୋଣରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶକ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ସତ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking