40.1 C
Bhubaneswar
Thursday, April 25, 2024
Homeଓଡିଶାଆନ୍ଧ୍ରର ପୂର୍ବତନ ବିଧାୟକ ଏମ୍‌.ଭି.ପ୍ରସାଦ ଜାମିନ ଖାରଜ, କ୍ରାଇମ୍‌ବ୍ରାଞ୍ଚ୍‌କୁ ୩ ଦିନିଆ ରିମାଣ୍ଡ ଅନୁମତି

ଆନ୍ଧ୍ରର ପୂର୍ବତନ ବିଧାୟକ ଏମ୍‌.ଭି.ପ୍ରସାଦ ଜାମିନ ଖାରଜ, କ୍ରାଇମ୍‌ବ୍ରାଞ୍ଚ୍‌କୁ ୩ ଦିନିଆ ରିମାଣ୍ଡ ଅନୁମତି

କଟକ: ଲକ୍ଷାଧିକ ଟଙ୍କାର ଠକେଇ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ଏମ୍‌ଏଲ୍‌ଏ ମଲ୍ଲ ବିଜୟ ପ୍ରସାଦ (ଏମ୍‌.ଭି.ପ୍ରସାଦ) ଜାମିନ ଆବେଦନ ଖାରଜ ହୋଇଯାଇଛି । ମଙ୍ଗଳବାର ଦିନ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିସହିତ କ୍ରାଇମ୍‌ବ୍ରାଞ୍ଚ୍‌କୁ ଏହି ମାମଲାରେ ୩ ଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦଙ୍କୁ ୧୫ ତାରିଖରୁ ରିମାଣ୍ଡ୍‌ରେ ନେଇ ୧୮ ତାରିଖ ଦିନ କୋର୍ଟରେ ହାଜର କରିବାକୁ ଓପିଆଇଡି କୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଓପିଆଇଡଇ କୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ କେଶ୍ ଡାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ ।

ସୂଚନାଥାଉକି ୨୦୧୯ ମସିହା ଚିଟ୍‌ଫଣ୍ଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦକୁଙ୍କୁ ଗିରଫ କରିଛି । ତାଙ୍କ ନାମରେ ୩୫ଲକ୍ଷରୁ ୪୦ ଲକ୍ଷ ଟଙ୍କାର ଅଭିଯୋଗ ରହିଛି । ସେ ୱେଲ୍‌ଫେୟାର୍ ଗୃପ୍ ଅଫ୍ କମ୍ପାନୀର ଅତ୍ୟତମ ଶାଖା ୱେଲ୍‌ଫେୟାର୍ ଡେଭେଲପ୍‌ମେଣ୍ଟ୍ ଏଣ୍ଡ୍ ବିଲଡିଂ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି । ଆନ୍ଧ୍ରପ୍ରଦେଶର ଏହି ସଂସ୍ଥା ଓଡିଶା, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଶଖା କାର୍ଯ୍ୟାଳୟ ଖୋଲି ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଛି ବୋଲି ଅଭିଯୋଗ ହୋଇଥିଲା । ସଂସ୍ଥା ବିଭିନ୍ନ ସ୍କିମ୍ ଯୋଜନାରେ ଲୋକଙ୍କ ଟଙ୍କାକୁ ଦୁଇଗୁଣା କରିବା ଲୋଭ ଦେଖାଇ ଏପରି ଠକି ନେଇଥିଲା। ତେବେ ଯେଉଁମାନେ ଟଙ୍କା ନ ନେବେ ସେମାନଙ୍କୁ ବିଶାଖାପାଟଣାରେ ସ୍ୱଳ୍ପ ମୂଲ୍ୟରେ ଜମି ଦେବାର ପ୍ରତିଶୃତି ଦେଇଥିଲା ।

ଲୋକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସଂସ୍ଥା ପକ୍ଷରୁ ପ୍ରଥମେ କିଛି ଲୋକଙ୍କୁ ସେମାନଙ୍କ ଟଙ୍କା ଡେରାଇ ଦିଆଯାଇଥିଲା । ସେହିପରି କିଛି ଲୋକଙ୍କୁ ଚେକ୍ ମଧ୍ୟ ଦିଆଯାଇଥିଲା । ମାତ୍ର ଉକ୍ତ ଚେକ୍ ବାଉନସ୍ ହୋଇଥିଲା । ଏ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ରେ ଲିଖିତ ଅଭିଯୋଗ ହୋଇଥିଲା । ୫୨ ବର୍ଷୀୟ ଶ୍ରୀ ପ୍ରସାଦ ଆନ୍ଧ୍ରପ୍ରଦେଶ ଏଜୁକେଶନ୍ ଏଣ୍ଡ୍ ୱେଲ୍‌ଫେୟାର୍ ଡେଭେଲପ୍‌ମେଣ୍ଟ୍ କର୍ପୋରେସନ୍‌ର ଅଧ୍ୟକ୍ଷ ପଦରେ ଅଛନ୍ତି । ଗତ ୨୦୧୬ ମସିହାରେ ସିବିଆଇ ପ୍ରସାଦର କାର୍ଯ୍ୟାଳୟ ତନଖି କରିଥିଲା । ଏହି ସମୟରେ ତାର ବାସଗୃହରୁ ୪୪.୯ ଲକ୍ଷ ଟଙ୍କା ଜବତ କରିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ବିଶ୍ୱଜିତ୍ ମହାପାତ୍ର ଓ ସ୍ୱେସାଲ୍ ପି.ପି ସୁବ୍ରତ ମହାନ୍ତି ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking